ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଉଦଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବରେ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଓ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଳକଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା, ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ, ଏସଡିପିଓ ବାସୁଦେବ ଛତ୍ରିଆ, ଆଞ୍ଚଳିକ ଧନୁଯାତ୍ରା ଉପଦେଷ୍ଟା ହିମାଂଶୁ ଶେଖର ତ୍ରିପାଠୀ,ଆଇଆଇସି ପଞ୍ଚାନନ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଜୋନ୧ ବିଜୟାଲକ୍ଷ୍ମୀ ତରାଇ, ଉଲୁଣ୍ଡା ସରପଞ୍ଚ ରଶ୍ମୀତା ଭୋଇ, ସମାଜସେବୀ କୃର୍ତିବାସ ମିଶ୍ର,ମଞ୍ଚ ଅଭିନେତା ତଥା କଂସ ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡା, ବିଶିଷ୍ଟ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ଯୋଗ ଦେଇଥିଲେ।ଏହି ମହୋତ୍ସବ ୭ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ

୧୧ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ।ଏହି ଅବସରରେ ଲୋକ ନୃତ୍ୟ,ସଂଗୀତ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର,ଗୋପଲୀଳା ଓ ପ୍ରତ୍ୟେକ ଦିନ ସଂଚାର ପରିବେଷଣ ଓ ନାମୀଦାମୀ କଳାକାର ଙ୍କ ଦ୍ଵାରା କଳା ପରିବେଷଣ ଆଦି କାର୍ଯ୍ୟକ୍ରମ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




