ଉଦଯାପନୀ ଦିବସର ଶେଷ ସନ୍ଧ୍ୟାରେ ଚେଳିତୋଳ ବାଲିଯାତ୍ରା !


ତିର୍ତ୍ତୋଲ –: ବହୁ ଚର୍ଚ୍ଚିତ ଚେଳିତୋଳ ବାଲିଯାତ୍ରା ର ଆଜି ଉଦଯାପନୀ ସନ୍ଧ୍ୟା ! ସନ୍ଧ୍ୟାର ଆକର୍ଷଣ କଟକ ନୃତ୍ୟଶାଳାର କଳାକାର ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟରେ ଦର୍ଶକ ମୋହିତ ହୋଇ ଯାଇଥିଲେ ! ଋତୁପର୍ଣ୍ଣା କଳା ସାହିତ୍ୟ ସାଂସଦର କଳାକାର ମାନେ ମଧ୍ୟ କମାଲ ନୃତ୍ୟ ପରିବେଷଣ କରିଥିବାର ଦେଖିବାକୁ ମିଳିଥିଲା ! ବାଲିଯାତ୍ରାରେ କ୍ରୟବିକ୍ରୟ କରିବାକୁ ଆସିଥିବା ବଣିକ ବା ବ୍ୟବସାୟୀ ପ୍ରତିଷ୍ଠାନ ଆଶାତୀତ ବ୍ୟବସାୟ କରିଥିବା ବେଳେ କେତେକ ବ୍ୟବସାୟୀ କ୍ଷତିରେ ଚାଲିଥିବାର କହିଥିଲେ !ତେବେ ସନ୍ଧ୍ୟାର ଉଦଯାପନୀ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ କେନ୍ଦ୍ରାପଡା ର ବିଧାୟକ ଶଶୀ ଭୂଷଣ ବେହେରା ! ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ନୃସିଂହ ଚରଣ ଦାସ ଥିବାବେଳେ ସମ୍ମାନିତ ଅତିଥି ଥିଲେ ଯୁବ ସମାଜସେବୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ତ୍ରିପାଠୀ,

ତିର୍ତ୍ତୋଲ ବ୍ଲକ ଦୁଇ ନମ୍ବର ଜୋନର ଜିଲ୍ଲାପରିଷଦ ଶ୍ରୀଯୁକ୍ତ ପ୍ରବୀର ରାୟ, ତିର୍ତ୍ତୋଲ ସରପଞ୍ଚ ଶ୍ରୀମତୀ ପ୍ରିୟମ୍ବଦା ମହାପାତ୍ର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସ ! ତିର୍ତ୍ତୋଲ ବିଧାୟକ ଶ୍ରୀଯୁକ୍ତ ବିଜୟ ଶଙ୍କର ଦାସ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ !ଚର୍ଚ୍ଚିତ ଚେଳିତୋଳ ବାଲିଯାତ୍ରା ବହୁ ବିବାଦୀୟ ମଧ୍ୟରେ ସଫଳତାର ସହିତ ଉଦଯାପନ ହୋଇଥିବାରୁ ବାଲିଯାତ୍ରାକୁ ଉପଭୋଗ କରିବାକୁ ଆସିଥିବା ଦର୍ଶକ ମାନେ ବହୁ ପ୍ରଶଂସା କରିଥିଲେ ! ଆମନ୍ତ୍ରିତ ଅତିଥି ମାନେ ଚେଳିତୋଳ ବାଲିଯାତ୍ରାର ଐତିହ୍ୟ ପରମ୍ପରା କୁ ସ୍ମରଣ କରାଇବା ସହିତ ଆୟୋଜକ କମିଟିର ସଭାପତି ବିଜୟ ଶଙ୍କର ଦାସଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଥିଲେ ! ଆଗାମୀ ବର୍ଷ ଏହି ବାଲିଯାତ୍ରା ବହୁ ଗୁଣରେ ଉନ୍ନତ ଧରଣର ଆୟୋଜନ କରୁ ବୋଲି ଶୁଭ କାମନା କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




