Entertainment

ଚେଳିତୋଳ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାର ସାଂସ୍କୃତିକ ମଞ୍ଚ

ତିର୍ତ୍ତୋଲ –: ଜଗତସିଂହପୁର ଜିଲ୍ଲାରେ ଦୁଇଟି ପ୍ରମୁଖ ବନ୍ଦର ଯେ କି ପୂର୍ବତ୍ତନ ବନ୍ଦର ଭାବେ ଚେଳିତୋଳ ବନ୍ଦର ଓ ବର୍ତ୍ତମାନ ର ପାରାଦ୍ୱୀପ ବନ୍ଦର ଭଳି ସ୍ଥାନରେ ଚାଲିଛି ବାଲିଯାତ୍ରା ମହୋତ୍ସବ ! ଚେଳିତୋଳ ବାଲିଯାତ୍ରାର ମଜା ଟିକିଏ ନିଆରା !ଏଠାରେ ବାଲିଯାତ୍ରାକୁ ଉପଭୋଗ କରିବାକୁ ବର୍ଷଟିଏ ଅପେକ୍ଷା କରିଥାନ୍ତି ଆଞ୍ଚଳିକ ଦର୍ଶକ ! ବିଭିନ୍ନ ରକମର ଦ୍ରବ୍ୟ କ୍ରୟ ବିକ୍ରୟ କରିବାକୁ ଲାଗିଯାଏ ପ୍ରବଳ ଭିଡ !ଚଳିତ ବର୍ଷ ବିଧାୟକଙ୍କ ସୁପରିଚାଳନାରେ ବାଲିଯାତ୍ରା ଆଜି ଷଷ୍ଠ ଦିବସ ଅତିକ୍ରମ କରିଛି! ଷଷ୍ଠ ସନ୍ଧ୍ୟାର ବୈଠକରେ ମୁଖ୍ୟ ଅତିଥିଭାବେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି ପାରାଦ୍ୱୀପ ମୁନିସିପାଲିଟି ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଭୁବନେଶ୍ୱର ମୁକ୍ତା ଯୋଜନାର ଉପଦେଷ୍ଟା ମୀରା ପରିଡା, ବିଜେଡିର ମୁଖ୍ୟ ପ୍ରବକ୍ତା ଲୋରା ମହାପାତ୍ର,ତିର୍ତ୍ତୋଲ ବିଡିଓ ତପନ କୁମାର ସେନାପତି, ପ୍ରାଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଏବଂ ଏରସମା ବ୍ଲକ ତିନି ନମ୍ବର ଜୋନର ଜିଲ୍ଲାପରିଷଦ ତଥା ବ୍ଲକ

ସଭାପତି ପୀତବାସ ଗୋଛାୟତ ! ଷଷ୍ଠ ସନ୍ଧ୍ୟାର ମଞ୍ଚରେ ଜଗତସିଂହପୁର ସୃଷ୍ଟି ଓଡିଶୀ ଏକାଡେମୀ, ପାରାଦ୍ୱୀପ ର ବ୍ଲାକ ଫାଇଟର ଡ୍ୟାନ୍ସ ଏକାଡେମୀ, ଗଞ୍ଜାମ ର ବିଶ୍ୱଜନନୀ କଳା ପରିଷଦ ଏବଂ ତିର୍ତ୍ତୋଲର ଋତୁପର୍ଣ୍ଣା ଡ୍ୟାନ୍ସ ଗ୍ରୁପ ନିଜନିଜର ଡ୍ୟାନ୍ସ ପ୍ରଦର୍ଶନ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିବାରେ ସମର୍ଥ ହୋଇଥିବାର ଦେଖାଯାଇଥିଲା !ବେପାର ବାଣିଜ୍ୟ କାରବାର ଜୋରସୋର ଚାଲି ଥିବାର ଦୃଶ୍ୟ ଅତି ଗହଳି ପୂର୍ଣ୍ଣ ଥିବାବେଳେ ଦର୍ଶକ ମାନେ ଖୁବ କ୍ରୟ କରିବାରେ ଲାଗିଥିବାର ଦେଖାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button