Entertainment

୨୪ କୁଣ୍ଡିୟ ବିଶ୍ଵ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଉଦଯାପିତ ।

 

 ବୌଦ୍ଧ-02/12-(ହୃଦାନନ୍ଦ ମେହେର )- ବୌଦ୍ଧ ସହରରେ ଥିବା ଗାୟତ୍ରୀ ଶକ୍ତି ପୀଠ ଠାରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ଚାରି ଦିନ ଧରି ଚାଲିଥିବା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ର ପୂର୍ଣ୍ଣାହୁତି ହୋଇଯାଇଛି l ଏହି ବିରାଟ ଯଜ୍ଞାନୁଷ୍ଠାନ କୁ ପ୍ରଥମ ଦିନରେ ମାନ୍ୟବର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ, ପାନୀୟଜଳ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯଜ୍ଞ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ l ଶେଷ ରଜନୀ ରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ବୌଦ୍ଧ ଜିଲ୍ଲା ରେ ଏଭଲି ଆଧ୍ୟାତ୍ମିକ କାର୍ଯ୍ୟ କରି ମନୁଷ୍ୟ ମନ କୁ ପରିବର୍ତ୍ତନ କରିବାରେ ସାହାଯ୍ୟକରିବା ସହ ପରିବେଶ କୁ ପବିତ୍ର କରିଥିବାରୁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ l ଏହି ଯଜ୍ଞାନୁଷ୍ଠାନ କୁ ପରିଚାଳିତ କରି ଥିଲେ ଶାନ୍ତି କୁଞ୍ଜ, ହରିଦ୍ଵାର ରୁ ଆସିଥିବା ପ୍ରତିନିଧି ତଥା ବରିଷ୍ଠ ପ୍ରଜ୍ଞା ପୁତ୍ର ବ୍ରହ୍ମ କୁମାର ଦିବ୍ୟଶ୍ରୀ, ସୀତାରାମ ସ୍ଵାଇଁ, ଶିବ ଚନ୍ଦ୍ର ସାହୁ, ସୁବାସ ଚୌହାନ, ସରୋଜ ପ୍ରଧାନ l ସେମାନେ ବୈଦିକ ମନ୍ତ୍ର ,ସଙ୍ଗୀତ ଓ ପ୍ରବଚନ ମାଧ୍ୟମରେ ମଣିଷ ମନରେ ଥିବା ମଇଳା ସବୁ ସଫl କରିଥିଲେ l ପ୍ରଥମ ଦିନରେ ପ୍ରୟ ୬00 ମହିଳା ମାନଙ୍କ ଦ୍ଵାରା ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ତା’ପର ତିନିଦିନ ଘୃତ ୟଜ୍ଞ ହେବାସହ ଅନେକ ସଂସ୍କାର କାର୍ଯ୍ୟ କରାଯାଇଥିବା l ସେଗୁଡିକ ମଧ୍ୟରେ , ଦୁଇଟି ବ୍ରତ ପୟନ, ୪ ଟି ମୁଣ୍ଡନ, ଚାଳିଶି ଟି ଦୀକ୍ଷା ଗ୍ରହଣ, ଦୁଇଟିର ବିବାହ ବାର୍ଷିକୀ, ଦୁଇଟିର ଜନ୍ମଦିନ, ଗୋଟିଏ ବାଣପ୍ରସ୍ଥ ଦୁଇଟିର ପୁଂସବନ ସଂସ୍କାର ଇତ୍ଯାଦି ହୋଇଥିଲା l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସତସଙ୍ଗ ପ୍ରବଚନ ଅନୁଷ୍ଟିତ ହୋଇଛି ଏବଂ ତୃତୀୟ ଦିନ ସଂଧ୍ଯାରେ ଏକ ସୁନ୍ଦର ୫ ହଜାର ଦୀପ ଲଗାଇ ଦୀପ ୟଜ୍ଞ ହୋଇଥିଲା ଯାହା ବହୁ ଆକର୍ଷଣୀୟ ହୋଇଥିଲା l ଏହି ମହାୟଜ୍ଞ ପରିଚାଳନା ରେ ପ୍ରମୋଦ କୁମାର 0ଚାନ୍ଦ, ସଂସ୍କାର କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ପ୍ୟାରୀମୋହନ ସତପଥି, ପ୍ରସାଦ ସେବନ ରେ ନବୀନ ପ୍ରଧାନ ଦାୟିତ୍ଵ ତୁଲାଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳିତ କରିଥିଲେ, ଆବାହକ ତଥା ବରିଷ୍ଠ ପ୍ରଜ୍ଞାପୁତ୍ର ହୃଦାନନ୍ଦ ମେହେର ଓ ଗାୟତ୍ରୀ ଶକ୍ତି ପୀଠ ର ମୁଖ୍ୟ ଟ୍ରଷ୍ଟୀ ଅଧ୍ଯାପକ ପ୍ରବୀର କୁମାର ଦାସ l ଏହି ଆବସରରେ ବରିଷ୍ଠ ମହିଳା ଓ ପୁରୁଷ ପରିଜନ ମlନକୁ ତାଙ୍କର ଯୁଗ ନିର୍ମାଣ ଯୋଜନା ର ସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ସବୁ ଦିନ ପ୍ରାୟ ଦୁଇ ହଜାର ଲୋକଙ୍କର ସମାଗମ ହେଉଥିଲା l ସେହି ସ୍ଥାନରେ ପ୍ରେରଣା ଧର୍ମି ପୁସ୍ତକ ସହ ପ୍ରତିଷ୍ଠାତା ପଣ୍ଡିତ ଶ୍ରୀରାମ ଶର୍ମl ଆଚାର୍ଯ୍ୟ ଙ୍କ ଦ୍ଵରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉପରେ ଏକ ପ୍ରଦର୍ଶନୀ ଲଗାଯାଇଥିଲା l ଏହି ଯଜ୍ଞାନୁଷ୍ଠାନ ରେ ମହୁଲ ପାଲି ପ୍ରଜ୍ଞା ପୀଠ ରାୟପୁର ପ୍ରଜ୍ଞା ପୀଠ, ଯହ୍ନlପଙ୍କ ପ୍ରଜ୍ଞା ପୀଠ, କଣ୍ଟାମାଳ ପ୍ରଜ୍ଞା ପୀଠ ର ସଦସ୍ୟ ମାନେ ବହୁ ସହଯୋଗ କରିଥିଲେ l ବହୁ ବର୍ଷ ପରେ ବୌଦ୍ଧ ସହର ରେ ଏଭଲି ବଡ ପ୍ରେରଣାମୟ ଆଧ୍ୟାତ୍ମିକ କାର୍ଯ୍ୟ ରେ ସାମିଲ ହୋଇ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button