Orisha

ଘଣ୍ଟାପଡ଼ା ହାଇ ସ୍କୁଲର ଚତୁର୍ଥ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା,  ଭାବବିହ୍ଵଳର ସହିତ ରବିନ୍ଦ୍ରଙ୍କୁ ଅବସର ବିଦାୟ ଦେଲେ ଛାତ୍ରଛାତ୍ରୀ

 

କଣ୍ଟାମାଳ, ତା ୨/୧୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ହାଇସ୍କୁଲରେ ଚତୁର୍ଥ କର୍ମଚାରୀ ରବୀନ୍ଦ୍ର ଦେହୁରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ଦିଗାମ୍ବର ସାହୁ ଏବଂ ଶ୍ରୀପତି ମଲିକ, ପୂର୍ବତନ ଅବସରପ୍ରାପ୍ତ ଚତୁର୍ଥ କର୍ମଚାରୀ ପ୍ରଫୁଲ୍ଲ ଦେହୁରୀ, ମୋସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁଶାନ୍ତ ମାଝୀ, ସଦସ୍ୟ ଚିତ୍ତରଂଜନ ପାତ୍ର ଓ ପ୍ରଭାତ ସାହୁ,ନୂଆଁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କ୍ଷେତି,ଆମ୍ବଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।। ଭାବମୟ ଓ ଶୋକାକୁଳ ପରିସ୍ଥିତିରେ ପ୍ରଥମେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିଜ ନିଜର ଭାଷଣରେ ଏକ ଶାନ୍ତ ସରଳ, କର୍ମଷ୍ଠ, ମିଷ୍ଟଭାଷୀ , ମେଳାପୀ ବ୍ୟକ୍ତି ରବୀନ୍ଦ୍ରଙ୍କୁ ବିଦ୍ୟାଳୟ ସବୁଦିନ ପାଇଁ ମନେରଖିବ। ତାଙ୍କର ଅବସର ବିଦାୟକୁ ସହଜରେ ଛାତ୍ରଛାତ୍ରୀ ଗ୍ରହଣ କରିପାରୁ ନଥିବା ତାଙ୍କ ଭାଷାଣରୁ ସ୍ପଷ୍ଟ ବାରିହୋଇ ପଡୁଥିଲା। ଅନ୍ୟ ଅତିଥି ଓ ଶିକ୍ଷକମାନେ ଅବସରପରେ ତାଙ୍କର ଦ୍ଵିତୀୟ କର୍ମମୟ ଜୀବନ ସୁଖମୟ ହେବା ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ମଞ୍ଚାସୀନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରମାଣପତ୍ର ସହ ଉପଢୌକନ ଦେଇ ଅବସର ବିଦାୟ ଦିଆଯାଇଥିଲା। ଉକ୍ତ ସଭାରେ ସହକାରୀ ଶିକ୍ଷକ ଆକାଶ ସେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଲିପୁନ ପ୍ରଧାନ, ସୁବାସ ସାହୁ, ରଶ୍ମିତା ସାହୁ, ମନ୍ଦାକିନୀ ବଗର୍ତ୍ତୀ, ମଲିକ ସାର ଓ ଦୁର୍ଗ ସାର ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button