ଚେରିତୋଳ ବାଲିଯାତ୍ରା ୨୦୨୩, ୦୧-୧୨-୨୦୨୩ ଅନେକ ହର୍ଷ ଉଲହାସ ସହ ଆୟୋଜିତ ହେଲା ପଞ୍ଚମ ଦିନର ଶୁଭ ସଂଧ୍ୟା


ଚେରିତୋଳ ବାଲିଯାତ୍ରା ୨୦୨୩, ୦୧-୧୨-୨୦୨୩ ଅନେକ ହର୍ଷ ଉଲହାସ ସହ ଆୟୋଜିତ ହେଲା ପଞ୍ଚମ ଦିନର ଶୁଭ ସଂଧ୍ୟା, ଆଜିର ଉକ୍ତ ସଭାରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ମମତା ମହନ୍ତ, ରାଜ୍ୟ ସଭା ସଦସ୍ୟା ମୟୁରଭଞ୍ଜ, ସମ୍ମାନିତ ଅତିଥି ରୂପେ ଆମ ତିତ୍ତୋଲ ର ଗୌରବ ଶ୍ରୀମତୀ ମିନତୀ ବେହେରା, ଅଧ୍ୟକ୍ଷା ମହିଳା କମିଶନ ଓଡ଼ିଶା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା, ଅଧ୍ୟକ୍ଷା ପଞ୍ଚାୟତ ସମିତି, ରଘୁନାଥ ପୁର ବ୍ଲକ, ଶ୍ରୀ ଦେବାଶିଷ ତ୍ରିପାଠୀ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି

ରଘୁନାଥ ପୁର ବ୍ଲକ, ଶ୍ରୀମତୀ ଇତିଶ୍ରୀ ମଲିକ ଜିଲ୍ଲା ପରିଷଦ ସଭ୍ୟା ଜୋନ୍ ୧, ରଘୁନାଥ ପୁର, ଶ୍ରୀମତୀ ରିନାରାଣୀ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ଜୋନ୍ ୨, ରଘୁନାଥ ପୁର, ସଭା ଶେଷରେ ବାଲିଯାତ୍ରାର ପରିଚାଳକ ତଥା ଅଧ୍ୟକ୍ଷ ବାଲିଯାତ୍ରା କମିଟି, ଶ୍ରୀଯୁକ୍ତ ବିଜୟ ଶଙ୍କର ଦାସ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ, ଅତି ସୁନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମ

ପରିବେଷଣ କରାଯାଇଥିଲା, ସମସ୍ତ ତିର୍ତ୍ତୋଲ ତଥା ସାରା ଜଗତସିଂହପୁର ଜିଲ୍ଲା ଓ ଆଖ ପାଖ ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକ ଏହାକୁ ଉପଭୋଗ କରୁଥିଲେ ଓ ମାନ୍ୟବର MLA, TIRTOL ଶ୍ରୀ ବିଜୟ ଶଙ୍କର ଦାସଙ୍କ ଶାହାସିକତାର ପ୍ରଶଂସା କରିଥିଲେ, ସ୍ବର୍ଗତ ଶ୍ରୀ ବିଷ୍ଣୁ ଦାସଙ୍କୁ ମନେ ପକେଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲା।

ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା।




