Politics

ବିଜେପି ପଖ୍ୟରୁ ବଡଚଣା ବ୍ଲକ ଘେରାଉ ।

ଦୁନୀତି ଭଷ୍ଟାଚାର ଓ ବ୍ୟବିଚାର ବିରୋଧ ଓ ବଡଚଣା ବ୍ଲକ ରେ ହେଉଥିବା ବିଭିନ୍ନ ଅନିୟମିତତା ଚାଲିଥିବା ପ୍ରତିବାଦରେ ୮ ଦଫା ଦାବି ନେଇ ବଡଚଣା ବ୍ଲକ ଘେରାଉ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ଆରମ୍ଭ କରି ପ୍ରତ୍ୟେକ ପଞ୍ଚାୟତ କୁ ଆସୁଥିବା ଅନୁଦାନ କୁ ସଠିକ ଭାବେ ନ କରିବା ପଲ୍ଲୀ ସଭାକୁ ବଦ୍ କରି ସରପଞ୍ଚ ମାନଙ୍କ ଖ୍ୟମତାକୁ ସଙ୍କୁଚିତ କରିବା , କେନ୍ଦ୍ରୀୟ ବାଧ୍ୟକ୍ୟ ଓ ବିଧବା ଭତ୍ତା ବନ୍ଦ୍ କରିବା ଓ ବିକଳାଙ୍ଗ ହିତାଧିକାରୀଙ୍କ ଙ୍କୁ ଦିଆଯାଉଥିବା ଭତ୍ତା କୁ ସଠିକ ତାରିଖରେ ନ ଦିଆଯାଇ ଅବହେଳା କରିବା ପ୍ରତିବାଦରେ ବ୍ଲକ ଘେରରେ କରାଯାଇଛି । ବଡଚଣା

ବିଜେପି ନେତା ଅମର ନାୟକ ଙ୍କ ନେତ୍ରୁତ୍ୱ ରେ ବଡଚଣା ସ୍ଥିତ ମାଝୀ ଗୈରୀ ଠାକୁରାଣୀ ପିଠରୁ ହଜାର ହଜାର ଦଳିୟ କ୍ରମି ଏକ ବିରାଟ ସୋଭାଯାତ୍ରା କରି ବ୍ଲକ ଆଗରେ ଧାରଣା ଦେବା ସହ ବିଭିନ୍ନ ନାରାବାଜି କରିଥିଲେ । ଏଥିରେ ମଣ୍ଡଳ ସଭାପତି ଲଲାତେଦୁ ମହାପାତ୍ର ଙ୍କ ସଭାପତିତ୍ୱ ରେ ଜିଲ୍ଲା ସଭାପତି ଗୈତମ୍ ରାଏ , ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର, ସମ୍ଫାଦୀକା ଦେବଜାନି ପ୍ରଧାନ , ବଡଚଣା ବିଜେପି ନେତା ଅମର ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁନୀତି କରୁଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟ କୁ ବହୁ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର କେନ୍ଦିୟ ଯୋଜନା ଗୁଡିକୁ କୁ ସଠିକ ଭାବେ କାର୍ଯ୍ୟ ନକରିବା ଏହା ର ସୁଫଳ ସାଧାରଣ ଜନତା ନ ପାଇବା ନେଇ ପ୍ରତିବାଦ କରିଥିଲେ । ଯୁବ ନେତା ପ୍ରିତମ୍ ନାୟକ , ପ୍ରମୋଦ ଜେନା , ଚିନ୍ମୟୀ ସାହୁ , ବିକାଶ ମହାପାତ୍ର , ପ୍ରଦିପ୍ ସାମଲ ପ୍ରମୁଖ ନେତ୍ରୁତ୍ୱ ନେଇଥିଲେ। ବିଜେପି ର ଏକ ପ୍ରତିନିଧି ଦଳ ବିଡ଼ିଓ ଙ୍କୁ ଏକ ଲିଖିତ ଅଭିଯୋଗ ରାଜ୍ୟପାଳ ଉଦ୍ଦେଶ୍ୟ ରେ ଦିଆଯାଇଥିଲା । ଆଗାମୀ ଦିନରେ ଏହି ଜନ ଆଦୋଳନକୁ ଆହୁରି ବ୍ୟାପକ କରାଯିବା ପାଇଁ ଚେତାବନୀ ଦେଇଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବହୁ ଦଳିୟ କ୍ରମି ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।

 

 

 

 

Related Articles

Back to top button