ଝଙ୍କଡ଼ ବୋଇତ ବନ୍ଦାଣ ଉତ୍ସବର ଉଦଯାପନୀ ଉତ୍ସବ


ତିର୍ତ୍ତୋଲ ::- ତିର୍ତ୍ତୋଲ ବ୍ଲକ ରେ ଆଉ ଏକ ବୋଇତ ବନ୍ଦାଣ ଉତ୍ସବ !ଆଜି ତାର ଉଦଯାପନୀ ସଂଧ୍ୟା ! ଉକ୍ତ ସନ୍ଧ୍ୟାର ଆସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁର ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଗତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ଝଙ୍କଡ଼ ବୋଇତ ବନ୍ଦାଣ ଉତ୍ସବ ର ଉଦଯାପନୀ ସନ୍ଧ୍ୟା ନୃତ୍ୟ ସଂଗୀତ ମାଧ୍ୟମରେ ପାଳିତ ହୋଇଯାଇଛି !ମୂଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ଟୁଡୁ ଯୋଗଦେବା ଅବସରରେ, ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ପଣ୍ଡା ସେବକ ମାନେ, ତାଙ୍କୁ ମନ୍ଦିରର କିଛି ଅଭାବ ଅସୁବିଧା ଓ ସମାସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀ ସଙ୍ଗେ ସଙ୍ଗେ ତିର୍ତ୍ତୋଲ ତହସିଲଦାର୍, ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜଗତସିଂହପୁର ଜିଲ୍ଲାପାଲ ଙ୍କ ସହିତ ଯୋଗାଯୋଗ କରି ଏହାର ଆଶୁସମାଧାନ ନିମନ୍ତେ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଯୁବସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ପୁର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ , ଆଇନଜୀବୀ ରାଜକିଶୋର ବେହେରା , ଯୁବନେତା ସମ୍ପଦ ସ୍ୱାଇଁ , ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର , ଜିଲ୍ଲା ବିଜେପି ର ପ୍ରଭାରୀ ପବିତ୍ର ଶୋଭନ ଦାଶ , ଜିଲ୍ଲା ଭାଜପାର ଯୁବମୋର୍ଚ୍ଚା ସଭାପତି ସୁଧୀର ମଲ୍ଲିକ ଓ କନକପୁର ସରପଞ୍ଚ ରେବତୀ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ଓ ବୋଇତ ବନ୍ଦାଣର ଇତିବୃତି କୁ ବର୍ଣ୍ଣନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଝଙ୍କଡ଼ ସାରଳାପୀଠ କୁ ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ଓ ସାରଳା ଦାସ ସରୋବର (ପଟ୍ଟନାକିଆ ପୋଖରୀ) ର ଉନ୍ନତିକରଣ ନିମନ୍ତେ ଆୟୋଜକ ଅଶୋକ କୁମାର ମହାନ୍ତି ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଙ୍କ ଦ୍ଵାରା ସ୍ଥାନୀୟ ନୃତ୍ୟଶିଳ୍ପୀ ଓ କଳାକାର ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ମାନସରଞ୍ଜନ ମଙ୍ଗରାଜ ମଞ୍ଚ ପରିଚାଳନା କରିଥିବା ବେଳେ ,ପରିଶେଷରେ ସର୍ବେଶ୍ଵର ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ରଜନୀକାନ୍ତ ରାଉଳ , ପ୍ରକାଶ ଚନ୍ଦ୍ର ସିଂହ , , ରୁଦ୍ରପ୍ରସାଡ ରାଉଳ, ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




