ନିଜକୁ ଏକା ମନେକରୁଥିବା ସାମ୍ବାଦିକ ଙ୍କ ଜନ୍ମଦିନ ପାଳନ କଲା ସାମ୍ବାଦିକ ସୁରକ୍ଷା ସମିତି


ତିର୍ତ୍ତୋଲ –: ମନରେ ଦୁଃଖ ଓ ଅବଶୋଷ ସମସ୍ତେ ନିଜନିଜର ଜନ୍ମଦିନ ପାଳନ କରୁଛନ୍ତି ! କିନ୍ତୁ ମୋ ପାଇଁ ପାଳନ କରିବ କିଏ ?
ସବୁ ଦୁଃଖର ଅନ୍ତ ଘଟାଇ ବ୍ୟାର୍ଥଡେ ବୟ ଙ୍କୁ ସରପ୍ରାଇଜ ଜଣାଇବାକୁ ସାମ୍ବାଦିକ ସୁରକ୍ଷା ସମିତି ଆୟୋଜନ କଲା ଜନ୍ମଦିନ ଉତ୍ସବ ! ସମିତିର ଉପସଭାପତି ରଞ୍ଜନ କୁମାର ମଲ୍ଲିକ ଙ୍କ ଜନ୍ମଦିନ ପାଳନ କରିବାକୁ ସମସ୍ତ

ସାମ୍ବାଦିକ ସାମ୍ବାଦିକା ଉତ୍ସାହିତ ସହକାରେ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ !ଏହି ଉତ୍ସବରେ ସମିତିର ସଭାପତି ଶରତ କୁମାର ଦାଶ,ସମ୍ପାଦକ ଭାଗବତ ପ୍ରସାଦ, ସହ ସମ୍ପାଦକ ଦିପ୍ତିମୟୀ ବିଶ୍ୱରଂଜନ, କୋଷାଧ୍ୟକ୍ଷ୍ କୈଳାସ ବେହେରା,ସାମ୍ବାଦିକା ସବିତା

ଦାଶ,ସାମ୍ବାଦିକ ଶରତ ଦାସ,ଉପସ୍ଥିତ ଥିବାବେଳେ ବ୍ୟାସ ଫାଉଣ୍ଡେସନର ସଭାପତି ସିଦ୍ଧେଶ୍ୱର ପଣ୍ଡା ଏବଂ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଜନ୍ମଦିନର ମାହୋଲକୁ ଉତ୍ସବ ମୁଖର କରିଥିଲେ ! ଜନ୍ମଦିନ କେକ୍ ଉପଦେଷ୍ଟା ରମାକାନ୍ତ ରାଉଳଙ୍କ ହସ୍ତରେ ରଞ୍ଜନ କୁମାର ଙ୍କ ସହିତ କାଟିଥିବା ବେଳେ ସମସ୍ତେ ସୁଭେତ୍ସା ପ୍ରଦାନ କରିଥିଲେ ! ଜନ୍ମଦିନ ପାଇଁ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ଓ ଅତିଥିଙ୍କ ଠାରୁ ପ୍ରତିକ୍ରିୟା ନେଇଥିଲେ ଦୀକ୍ଷାଦୀପିକା ପ୍ରସାଦ ! ରଞ୍ଜନ କୁମାର ମଲ୍ଲିକଙ୍କ ତରଫରୁ ସମସ୍ତଙ୍କୁ ଟିଫିନ ବ୍ୟବସ୍ଥା କରାଯାଇଥିଲା ! ୟେ ହେଉଛି ସାମ୍ବାଦିକ ସୁରକ୍ଷା ସମିତିର ଭାଇଚାରା ! ଉପସ୍ଥିତ ଅତିଥି ଏପରି ସମ୍ପର୍କ କୁ ଉଚ୍ଚ ପ୍ରଶଂସା କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




