ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ କଣ୍ଟାମାଳ ବ୍ଳକରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ତୁଳସୀ ସଂଗ୍ରହ


କଣ୍ଟାମାଳ, ୧/୧୨: (ପ୍ରଭାତ କୁମାର ସାହୁ) ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲାଗି ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କଂଗ୍ରେସ ତରଫରୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ବିଭିନ୍ନ ଗ୍ରାମରୁ ତୁଳସୀ ସଂଗ୍ରହ କରାଯାଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଗତ ଗୁରୁବାର ରାତ୍ରରୁ ଯାତ୍ରା ଆରମ୍ଭ ହୋଇଥିବା ନେଇ ବ୍ଳକ ଉପସଭାପତି ଗୋପ ରଣା ସୂଚନା ଦେଇଛନ୍ତି। ଗତ ତିନିଦିନ ଧରି ବ୍ଳକର ଲମ୍ବସରି, ଦପଲା,ପଲସାଗୋରା, ରୁଣ୍ଡିମହୁଲ, ଖଲିଆପାଲି,ଶୁଣ୍ଡିପଦର, କଣ୍ଟାମାଳ, ବରଗାଁ,ଘଣ୍ଟାପଡ଼ା,କୁଲୁତାଯୋର, ଉମା ଆଦି ବିଭିନ୍ନ ପଞ୍ଚାୟତର ଗାଁଗୁଡ଼ିକରୁ ଘରୁ ଘରୁ ତୁଳସୀ ସଂଗ୍ରହ ବ୍ଳକ ସଭାପତି ସୁଶାନ୍ତ ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଯାଇଛି। ଉକ୍ତ ଟିମରେ କଂଗ୍ରେସ ଦଳର କର୍ମୀ ଗୋପ ରଣା, ଅଭିମନ୍ୟୁ ପ୍ରଧାନ, ଗରିବ ପ୍ରଧାନ, ଉଗ୍ରେସନ ପଟ୍ଟନାୟକ, ଟିକେଚନ ରଣା, କେଶବ କ୍ଷେତି, ବିଶ୍ଵାମିତ୍ର ପାଢୀ,

ନିତ୍ୟାନନ କର୍ମୀ, କେଶବ ବାଘ, ଅଭିମନ୍ୟୁ ଭୋଇ , ଦନାର ସାହୁ, ପ୍ରଦୀପ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




