ଚେଳିତୋଳ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାର ଧମାକାଦାର କାର୍ଯ୍ୟକ୍ରମ


ତିର୍ତ୍ତୋଲ :- ଓଡ଼ିଆ ପୁଅର ସ୍ୱାଭିମାନ ପଛଘୁଞ୍ଚା ନାହିଁ ବୀରର ଯାତକେ ନୀତିରେ ଚାଲିଛି ଚେଳିତୋଳ ବାଲିଯାତ୍ରା ! ଦିନକୁ ଦିନ ବୃଦ୍ଧିପାଉଛି ବାଲିଯାତ୍ରାର ଦର୍ଶକ ମାନଙ୍କ ସମାବେଶ ! ବାଲିଯାତ୍ରାର ତୃତୀୟ ସନ୍ଧ୍ୟା ଜନଗହଳି ପୂର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଥିଲା ! ତୃତୀୟ ସନ୍ଧ୍ୟାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବାଲିକୁଦା – ଏରସମା ର ବିଧାୟକ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ! ସମ୍ମାନିତ ଅତିଥି ଥିଲେ ଜଗତସିଂହପୁର ଜିଲ୍ଲାପରିଷଦ

ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୀତବାସ ଗୋଛାୟତ, ଜିଲ୍ଲା ବିଜେଡି ର ବରିଷ୍ଠ ଉପସଭାପତି ବସନ୍ତ କୁମାର ମହାପାତ୍ର, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ପ୍ରବୀର ରାୟ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ ! ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ମଞ୍ଚ ପରିଚାଳନା ବେଳେ ଅତିଥି ମାନଙ୍କ ଦ୍ୱାରା ତୃତୀୟ ସନ୍ଧ୍ୟାର ଉଦଘାଟନ କରାଯାଇଥିଲା ! ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର କଳାକାର ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ !ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ ସହିତ ମନୋରଞ୍ଜନ ଧର୍ମୀ ନୃତ୍ୟ ସଂଗୀତରେ ବାଲିଯାତ୍ରା ମଞ୍ଚରେ ଧମାଲ ଲଗାଇ ଥିବାର ଦେଖିବାକୁ ମିଳିଥିଲା ! ବିଶେଷକରି ପଞ୍ଚପଲ୍ଲୀ ଅଞ୍ଚଳର ପୋଖରୀଆ ପଡା ଗ୍ରାମର ଦୁଇ ଯାଆଁଳା ଭାଇ ବିଭିନ୍ନ ଅଙ୍ଗଭଙ୍ଗୀରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କର ମନ ମୋହିଥିଲେ ! କିଛି ଦର୍ଶକ ବାଲିଯାତ୍ରା ବୁଲି ବୁଲି ନାନା ରକମର ଖାଦ୍ୟ ପେୟ ର ମଜା ଲୁଟୁଥିବାର ଦେଖିବାକୁ ମିଳିଥିଲା ! କିଣାବିକାର ବଜାରରେ ଭିଡ ଲାଗିଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




