Politics

ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ : ଶାସକ ବିଜେଡି ଦଳର ବାଜିମାତ

କନ୍ଧମାଳ:(ସମର୍ଥ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ୩ ପ୍ରମୁଖ ଦଳର ପ୍ରାର୍ଥୀନୀ ମଧ୍ୟରେବିଜେଡି ଦଳରୁ ଦେବସ୍ମିତା ଶତପଥି ମୋଟ ୩୧୧୧ ଭୋଟ ପାଇଥିବା ବେଳେ, ବିରୋଧୀ ବିଜେପି ପକ୍ଷରୁ ରଞ୍ଜିତା ନାୟକ ୭୫୬ ଭୋଟ ପାଇଥିଲେ, ସେହିପରି କଂଗ୍ରେସ ପ୍ରାର୍ଥୀନୀ ମଧୁଲିନା ଦିଗାଲ ୬୧୪ ଟି ଭୋଟ ପାଇଥିବା ବେଳେ ନୋଟାରେ ୩୮ଟି ଭୋଟ ପଡ଼ିଥିଲା। ସେହିପରି ଜାତୀୟ କଂଗ୍ରେସ ଗତ ଥର ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ହାର ବଢ଼ିଥିବା ବେଳେ, ଶାସକ ବିଜେଡି ଗତ ନିର୍ବାଚନ ଠାରୁ ୧୧୨୭ ଭୋଟ ବ୍ୟବଧାନରେ ବାଜିମାତ କରିଥିବା ଜଣାପଡ଼ିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ

Related Articles

Back to top button