ମାଇକ୍ରୋମିଡ଼ିଆ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କପିଳାସ ମହୋତ୍ସବ ଉଦ୍ଯାପିତ ।


-ଢେଙ୍କାନାଳର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ୨୧ତମ ବାର୍ଷିକ , ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ୨୦୨୩ ତଥା କପିଳାସ ମହୋତ୍ସବ ୨୦୨୩ ଉଦ୍ଯାପିତ ହୋଇଯାଇଛି । ଗୋପବନ୍ଧୁ ହଲ ପରିସରରେ ଉଦଯାପନ ହୋଇଯାଇଛି । । ଉଦ୍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ କହିଲେ, ଢେଙ୍କାନାଳ ଜିଲ୍ଲାର କଳାକାରମାନେ ସମସ୍ତେ ପ୍ରତିଭାବାନ୍। ସେମାନଙ୍କ ପ୍ରତିଭା ବିକଶିତ ହେଲେ ଅନୁଷ୍ଠାନଗୁଡିକ ଆଗକୁ ବଢ଼ିବ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଗଙ୍ଗାଧର ସାମଲ ବୋଇତ ବନ୍ଦାଣ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସହଯୋଗ ମିଳିଲେ କଳାକାର ଓ ଅନୁଷ୍ଠାନଗୁଡିକ

ବଞ୍ଚିପାରିବ। ମାଇକ୍ରୋମିଡ଼ିଆ ପକ୍ଷରୁ ୨୧ ବର୍ଷ ଧରି ଏହି ପ୍ରତିଭା ଚୟନ ଓ ପ୍ରତିଦ୍ଭା ସମ୍ମାନ ରାଜ୍ୟ ସ୍ତରରେ କରି ଆସୁଛନ୍ତି ଏହା ଅତ୍ୟନ୍ତ ଗୌରବ କଥା ଏହା ସହିତ ୫ ବର୍ଷ ଧରି କପିଳାସ ପୀଠରେ ଏହି ମହୋତ୍ସବ ଆୟୋଜନ କରି ସମସ୍ତଙ୍କୁ ଏକାଠି କରି କଳା ସଂସ୍କୃତି ପାଇଁ କାର୍ଯ୍ୟ କରି ଜିଲ୍ଲାକୁ ଗୌରବ ମଣ୍ଡିତ କରୁଥିବାରୁ ଅନୁଷ୍ଠାନର ସମସ୍ତଙ୍କୁ ଉଚ୍ଚ ପ୍ରଶସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସେହିପରି ଦ୍ୱିତୀୟ ସଂଧ୍ୟା ଅଧିବେଶନ ପୁରସ୍କାର ବିବରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ମରଣିକା ସ୍ମୃତି ଉନ୍ମୋଚିତ ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳାକାରମାନେ ମହିଳା ସଶକ୍ତିକରଣ ଉପରେ ପ୍ରଦର୍ଶିତ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




