ବିଜେପି ପକ୍ଷରୁ ବଡ଼ଚଣା ବ୍ଲକ ଘେରାଉ।


ବଡ଼ଚଣା,୩୦।୧୧(ନି.ପ୍ର): ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ବଡ଼ଚଣା ବ୍ଲକ ବିଜେପି ପକ୍ଷରୁ ଅମର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଘେରାଉ କରାଯାଇ ଥିଲା। ଏହି ବ୍ଲକ୍ ଘେରାଉ ସମାବେଶ ରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇ ରାଜ୍ୟ ସରକାର ବର୍ତ୍ତମାନ ଗାଁ ଠାରୁ ସହର ପର୍ଯ୍ୟନ୍ତ ଓ ବ୍ଲକ୍ ଠାରୁ ତୃତୀୟ ମହଲା ପର୍ଯ୍ୟନ୍ତ ସବୁ ପ୍ରକାର ସରକାରୀ ଯୋଜନା ରେ ପି ସି କାରବାର ହେଉଛି, ଯାହାକି ସରକାରୀ ଯୋଜନା ନିମ୍ନ ମାନର ଅଭିଯୋଗ ହେଉଥିଲେ ସୁଦ୍ଧା ରାଜ୍ୟ ସରକାର କୁମ୍ଭ କର୍ଣ୍ଣ ନିର୍ଦ୍ରାରେ ପ୍ରତିତ ହୋଇଛି । ସରକାରୀ ସମସ୍ତ ଉନ୍ନୟନ ମୂଳକ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ବ୍ଲକରେ ପିସି କାରବାର ଆଜି ଚରମସୀମାରେ ପହଞ୍ଚିଛି । ଜିଲ୍ଲାରେ ଗରିବ ଜନସାଧାରଣଙ୍କୁ ଭତ୍ତା ପ୍ରଦାନ ହେଉ ବା ରାସନ ସାମଗ୍ରୀ ବଣ୍ଟଟ ପର୍ଯ୍ୟନ୍ତ ସବୁଥିରେ ବଡ଼ଚଣାରେ ଦୁର୍ନୀତି ହୋଇଥିବା ବୋଲି ଜି ଲ୍ଲା ବିଜେପି ସଭାପତି ଗୌତମ ରାୟ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । ଏଠାରେ ବ୍ଲକ ପ୍ରସାଶନ ଓ ଶାସକ ବିଜେଡି ନେତା ସାମିଲ ହୋଇ ଲୋକପ୍ରତିନିଧିଙ୍କ କ୍ଷମତାକୁ ହଡପ କରି ମନଇଚ୍ଛା ସରକାରୀ ଅର୍ଥ ଖର୍ଚ୍ଚ କରୁଥିବା କହିଥିଲେ ବଡ଼ଚଣା ବିଜେପି ନେତା ଅମର ନାୟକ। ଏହି ଅବସରରେ ବଡ଼ଚଣା ବ୍ଲକରେ ଥିବା ୪୩ ଟି ପଂଚୟତରୁ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ୧୬ ନମ୍ବର ଜାତୀୟ ରାଜପଥ ମାଝୀଗୌରୀ ମନ୍ଦିର ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରି ପ୍ରତିବାଦ କରିଥିଲେ। ଆଇନ ଶ୍ରୁଖଳା ଦୃଷ୍ଟିରୁ ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବୈରୀ ଥାନାଧିକାରୀ ଶରତ କୁମାର ନାୟକ, ବାଲିଚନ୍ଦ୍ରପୁର ଥାନାଧିକାରୀ ଶାନ୍ତିଶୃଖଳା ରକ୍ଷାକରିଥିଲେ। ବିଜେପି ପକ୍ଷରୁ ଏକ ୫ ଜଣିଆ ପ୍ରତିନିଧି ବିଡ଼ିଓ ରବୀନ୍ଦ୍ର କୁମାର ବେହେରାଙ୍କୁ ଏକ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ଜଣାପଡିଛି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




