ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ମାହୋଲ ଧିରେ ଧିରେ ସରଗରମ ହେବାରେ ଲାଗିଛି ।


ଭବାନୀପାଟଣା: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ମାହୋଲ ଧିରେ ଧିରେ ସରଗରମ ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଜେଡି ଆରମ୍ଭ କରିଛି ଅନେକ ବିକାଶମୂଳକ

କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଟାଉନ ହଲ ପରିସରରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବିଜୁ ଯୁବ ,ଛାତ୍ର ବ୍ୟାପାର ରାଜ୍ୟ ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ସଭାପତି

ଦେବୀରଞ୍ଜନ ତ୍ରିପାଠୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଆଦିତ୍ୟ ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ଯୁବ ଓ ଛାତ୍ର କର୍ମକର୍ତ୍ତା ସାମିଲ ହୋଇଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହାରାଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରି ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଯୁବ ପିଢ଼ି ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେଉଛନ୍ତି । ଆସନ୍ତା ନିର୍ବାଚନରେ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିକାଶର ଧାରା ଆହୁରି ଗତିଶୀଳ ହେବ । ତେଣୁ ସମଗ୍ର ଯୁବପିଢ଼ି ଆଗେଇ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ବିଜେଡି ନେତା ମାନେ ଆହ୍ବାନ ଦେଇଛନ୍ତି ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




