Entertainment

ନଗେନା ନଗନାଥେଶ୍ୱରଙ୍କ ପାଖରେ ମହା କାର୍ତ୍ତିକ ବୁଡ଼, ବୋଇତ ଓ ବ୍ରlହ୍ମଣି ବନ୍ଦାଣ 

 

 -ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବଣସିଂହ ଏଵଂ ଚାଉଳିଆ ପଞ୍ଚାୟତ ବଡ଼ ନଗନା ସ୍ଥିତ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଶ୍ରୀ ଶ୍ରୀ ନାଗ ନାଥେଶ୍ୱର୍ ଙ୍କ ପାଖରେ ପ୍ରବାହିତ ଉତ୍ତରବାହୀ ଗଙ୍ଗାରେ ଆଜି ପ୍ରତୁଷ ରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମହାକାର୍ତିକ ବୁଡ଼ ପକାଇବା ସହିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର୍ ଆଞ୍ଚଳିକ ଉନ୍ନୟନ ପରିଷଦ ପଖ୍ୟରୁ ପ୍ରଥମ କରି ମହା କାର୍ତ୍ତିକ ବୁଡ଼, ବୋଇତ ବନ୍ଦାଣ ଏଵଂ ପଲ୍ଲି ପ୍ରତିଭା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସଭାପତି ସୁଦାମ ଚରଣ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉପଦେଷ୍ଟା ଅବନୀ ମିଶ୍ର ଓ ବିକାଶ ରଥ ଙ୍କ ପ୍ରତକ୍ଷ ତତ୍ବାବଧାନରେ କାର୍ଯ୍ଯ କ୍ରମ ସମ୍ପାଦିତ ହୋଇଥିଲା। ପ୍ରତ୍ୟୁଷରୁ ସନ୍ଥ ଓ ବ୍ରାହ୍ମଣ ଙ୍କ ଦ୍ଵାରା ନଦୀ ପୁଜନ ଓ ବନ୍ଦାଣ ପରେ ବୋଇତ ବନ୍ଦାଣ ହୋଇଥିଲା ପରେ ଅଞ୍ଚଳର ପଲ୍ଲି ପ୍ରତିଭା କାର୍ଯ୍ୟକ୍ରମ ମାଧ୍ୟମରେ ବହୁ କଳାକାର ନୃତ୍ୟ ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାରପଣ୍ଡା ଓ ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button