Entertainment

ଚେଳିତୋଳ ବାଲିଯାତ୍ରା – ଏକ ଐତିହାସିକ ଅବତାରଣା 

ତିର୍ତ୍ତୋଲ ::- ସମୟ ଥିଲା ଯେତେବେଳେ ଓଡ଼ିଆ ସାଧବ ପୁଅ ବୋଇତ ମେଲାଇ ନଦୀରୁ ସମୁଦ୍ରକୁ, ଓ ସମୁଦ୍ରପଥ ଦେଇ ଯାଭା, ସୁମାତ୍ରା, ବାଲିଦୀପ, ସିଂହଳ ଆଦି ଦ୍ବୀପ ସମୂହକୁ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ ! ବିଦେଶରୁ ବାହିନେଇ ଆସୁଥିଲେ ବିଭିନ୍ନ ରକମର ଦ୍ରବ୍ୟ ଯାହା ଓଡିଶାକୁ ସମୃଦ୍ଧ ଓ ବିତ୍ତାଶାଳୀ କରାଇ ପାରିଥିଲା ! ଏହି ଜଳାଯାତ୍ରା ସମୟରେ କେବେକେବେ ଜଳଦସ୍ୟୁ ମାନେ ଆକ୍ରମଣ କରୁଥିଲେ ତ କେବେକେବେ ଝଡତୋଫାନ ର ସାମ୍ନା କରିବାକୁ ପଡୁଥିଲା ସାଧବ ବଣିକ ମାନଙ୍କୁ!ଏହି ଐତିହାସିକ ଅବତାରଣା ପ୍ରଦାନ କରିଥିଲେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ର ଦ୍ଵିତୀୟ ଦିନ ସନ୍ଧ୍ୟା ସମୟରେ ଆୟୋଜିତ ଆସରରେ ! ଚଳଚିତ୍ର ଅଭିନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓରଫ ମୁଜିବୁଲ୍ଲା ଖାଁ ମୁଖ୍ୟ ଅତିଥି ଥିବାବେଳେ, ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ,ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର ପରିଡା,ଶ୍ରୀଯୁକ୍ତ ପ୍ରକାଶ ଦାଶ, ଜଗତସିଂହପୁର ମାଇନୋରିଟି ସଙ୍ଘ ର ସଭାପତି ହାଡୁ ଭାଇ ପ୍ରମୁଖ ଯୋଗଦେଇ ଅତୀତର ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅର ଗୌରବ ଗାଥା ବିଷୟରେ ମତ ରଖିଥିଲେ ! ସଭା ପରିଚାଳନା କରିଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ! ବାଲିଯାତ୍ରା ମଞ୍ଚର ସଂଯୋଜନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ ଶ୍ରୀଯୁକ୍ତ ବିମଳ କୁମାର ମହାପାତ୍ର, ସୁମିତ କୁମାର ଦାସ, ତୁଷାର ବିଶ୍ୱାଳ ପ୍ରମୁଖ ଯୁବ କାର୍ଯ୍ୟକର୍ତ୍ତା ! ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ପ୍ରାୟୋଜିତ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର ମନେ ହେଉଥିଲା !ତିର୍ତ୍ତୋଲ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର କଳାକାର ମାନେ ଅତି ସୁନ୍ଦର ମନୋରଞ୍ଜନ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ !

 ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button