ଶୁଭ ଉଦଘାଟନ ହେଲା ଚେଳିତୋଳ ବାଲିଯାତ୍ରାର ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ!


ତିର୍ତ୍ତୋଲ ::- ଦୀର୍ଘଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଚେଳିତୋଳ ବାଲିଯାତ୍ରା 2023 ଆଜିର ଦିନରେ 27/11 /23 ତାରିଖରେ ଶୁଭଉଦଘାଟନ ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !ତିର୍ତ୍ତୋଲ ଓ ତାର୍ତ୍ତୋଲ ର ମହାନଦୀ ଅବବାହିକାରେ ପ୍ରତିଷ୍ଠା କରାଯାଇଥିବା ସର୍ବ ପ୍ରଥମ ଚେଳିତୋଳ ବାଲିଯାତ୍ରାର

ଉଦ୍ଘାଟନୀ ଉତ୍ସବ ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି !ସୁନ୍ଦର ବେଶ ଆଭୂଷଣରେ ସଜ୍ଜିତା ସାଧବବୋହୁ ମାନଙ୍କ ଆକର୍ଷଣୀୟ ଶୋଭା ବର୍ଦ୍ଧନ ପଟୁଆର ସାଙ୍ଗକୁ ସାଧବ ପୁଅର ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଇତିହାସର ସ୍ୱର୍ଣ୍ଣିମ ସମୟକୁ ସ୍ମୃତି ଚାରଣ

କରୁଥିବାର ଦେଖିବାକୁ ମିଳିଥିଲା !ଆତସବାଜି ସାଙ୍ଗକୁ ଘଣ୍ଟନୃତ୍ୟ ଓ ସିଙ୍ଗବାଦ୍ୟର ପଟୁଆର ମଧ୍ୟରେ ସାଧବ

ପୁଅ ବେଶରେ ସ୍ଥାନୀୟ ବିଧାୟକ ବିଜୟ ଶଙ୍କର ଦାସ ବୋଇତ ବନ୍ଦାଣ ସ୍ଥାନକୁ ଆଗମନ କରିଥିଲେ ! ପୂର୍ବରୁ ପ୍ରସ୍ତୁତ ଥିବା ସାଧବବୋହୁ ମାନେ ପୁଷ୍ପ ବର୍ଷାଇ ସ୍ୱାଗତ କରିଥିବା ବେଳେ ପଣ୍ଡିତ ଅଭୟ କୁମାର ଦାଶ ଏବଂ ପଣ୍ଡିତ ଶିଶିର କୁମାର ପଣ୍ଡା ବେଦ ଧ୍ୱନିରେ ପୂଜାର୍ଚନା କରାଇ ବୋଇତ କୁ ବନ୍ଦାପନା କରିଥିଲେ !ତାପରେ ବାଲିଯାତ୍ରା ମହୋତ୍ସବ 2023 କୁ ଚିରାଚରିତ ପଦ୍ଧତିରେ ଉଦଘାଟନ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




