ମା ଜାଗୁଳାଇ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ


ଗତକାଲି ପବିତ୍ର କାର୍ତିକ ପୁର୍ଣିମା ଅବସର ରେ ମା ଜାଗୁଳାଇ ପୂଜା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା, କଳିଙ୍ଗ ନଗର ଯାଜପୁର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗ୍ରାମ ବାସି ଙ୍କୁ ଉତ୍ସଚ୍ଛାହିତ କରାଇଥିଲେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ BDO ତଥା ଦର୍ପଣ ତହସିଲ ର ପୂର୍ବତନ ତହସିଲଦାର ଶ୍ରୀଯୁକ୍ତ ପ୍ରଦୀପ୍ତ ସେଠି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମା ଙ୍କ ପୀଠରେ ସନ୍ଧ୍ୟା ଆଳତି କରିଥିଲେ, ଗ୍ରାମ ର ଉଦୀୟମାନ ଯୁବକ ତଥା ପୂଜା କମିଟି ର ସଭାପତି ପବିତ୍ର ମଲିକ ମଞ୍ଚ ପରିଚାଳନା କରିଥିଲେ, ଗ୍ରାମ ର ମୁରବି ତଥା ଭଟସାଗର ମାର୍କେଟ ର ପୂର୍ବତନ ସଭାପତି କୁମର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଅବସର ରେ ସ୍ଥାନୀୟ ଅଂଚଳ ର ଲୋକପ୍ରିୟ ସାମ୍ବାଦିକ କାର୍ତିକ ଚନ୍ଦ୍ର ରାଉତ ଙ୍କୁ ଅନୁଷ୍ଠାନ ତରଫରୁ ମାନ ପତ୍ର ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା, ସମସ୍ତ ଗ୍ରାମ ବାସି ତଥା ପୂଜା କମିଟି ର ସଭ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




