ଦଧିବାମନ ଉଚ୍ଚ ବିଦ୍ୟାଳୟରେ ଏନ୍ ସିସି କାର୍ଯ୍ୟକ୍ରମ


ବିନିକା, ୨୭/୧୧ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା
ବ୍ଲକ ଦଧିବାମନ ଉଚ୍ଚ ବିଦ୍ୟାଳୟ, ବାଉଁଶୂଣୀ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ସଷ୍ମିତା ଦେହେରିଙ୍କ ସଭାପତିତ୍ଵରେ ଜାତୀୟ ସମର ଶିକ୍ଷାଥି ବାହିନୀ ଶିବିର ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସମର ଶିକ୍ଷାଥି ବାହିନୀ ଶିକ୍ଷକ ରାଜେଶ ସାହୁଙ୍କ ତତ୍ଵବଧାନରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ବିତର୍କରେ ପ୍ରିତି ପ୍ରିୟଦର୍ଶିନୀ କୁମ୍ଭାର,ଶ୍ଲୋଗାନରେ ଲଭଲି ମହଲା, ସଂଗୀତରେ ସୁପ୍ରିୟା ଭୁଏ, ଚିତ୍ରାଙ୍କନରେ ସୁପ୍ରିୟ ଭୁଏ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର ସହିତ ପୁରଷ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମଧୁସୂଦନ ମହାକୁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଅଶୋକ କହଁର, ପଦ୍ମିନୀ ମଲ୍ଲିକ, ହେମଳତା ମଲ୍ଲିକ, ବିଶ୍ଵନାଥ ପାଣ୍ଡେ ସମେତ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍



