Orisha

ବୀରମହାରାଜପୁର ତରଫରୁ ସମ୍ବିଧାନ ଦିବସ ପାଳନ

  -ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡିୟ ଡ଼ଃ. ଆମ୍ବେଦକର ସେବାସଙ୍ଘ ତରଫରୁ ସମ୍ବିଧାନ ଦିବସ ପାଳିତ ଓ ସମ୍ବିଧାନ ପ୍ରଣେତା ଡ଼ଃ. ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ l ଏହି ପବିତ୍ର ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡିୟ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ବାସୁଦେବ ଛତ୍ରିଆ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ଭୂଷଣ ପାତ୍ର, ସମ୍ମାନୀତ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ତଥା ଯୁବସମାଜସେବୀ ଶ୍ରୀଯୁକ୍ତ ନାରାୟଣ ଲୁହା, ବରିଷ୍ଠ ସମାଜସେବୀ ତଥା ସେବାସଙ୍ଘ ଉପଦେଷ୍ଠା ଶ୍ରୀଯୁକ୍ତ ଭୋଳାନାଥ ସାଗର, ସେବାସଙ୍ଘ ସଭାପତି ଶ୍ରୀଯୁକ୍ତ ଅନାଦୀ ଜଗଦଲା,ଚମ୍ପାମାଲ ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର ଜଗଦଲା ପ୍ରମୁଖ

ଯୋଗଦେଇଥିଲେ l ଶ୍ରୀଯୁକ୍ତ ଗଦାଧର ବାଦୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନନ୍ଦ ସଭା ପରିଚାଳନା କରିଥିଲେ l ଉପଖଣ୍ଡ ସ୍ତରୀୟ ଶହ ଶହ ଆମ୍ବେଦକରପ୍ରେମୀ ଯୁବକ, ଯୁବତୀ, ପୁରୁଷ ମହିଳାଙ୍କ ସମେତ କୁନି କୁନି ବାଳକ ବାଳିକା ଉପସ୍ଥିତ ରହି ସମ୍ବିଧାନ ପ୍ରଣେତା ବାବାସାହେବଙ୍କ ସଙ୍ଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l ମୁଖ୍ୟ ଅତିଥି, ମୁଖ୍ୟବକ୍ତାଙ୍କ ସମେତ ସମସ୍ତ ସମ୍ମାନୀତ ଅତିଥି ବୃନ୍ଦ ବିଶ୍ୱ ପ୍ରସିଦ୍ଧ ସର୍ବଶ୍ରେଷ୍ଠ ପବିତ୍ର ଭାରତୀୟ ସମ୍ବିଧାନ ବିଷୟରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିଥିଲେ l

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button