ଭୁବନ ଵୁଦ୍ଧେଶ୍ଵର ମହୋତ୍ସବ 2023 ଉଦଘାଟନ କଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ


ଢେଙ୍କାନାଳ ଜିଲ୍ଲା ଭୁବନ ଵୁଦ୍ଧେଶ୍ଵର ଶୈବପୀଠରେ ରଵିଵାର ଠାରୁ ଆରମ୍ଭ ହୋଇଛି ଭୁବନ ବୁଦ୍ଧେଶ୍ୱର୍ ମହୋତ୍ସବ2023। ଏହି ମହୋତ୍ସବ ୩ଦିନ ଵ୍ୟାପି ଅନୁଷ୍ଠିତ ହେବ । ପ୍ରଥମ ଦିନ ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସମ୍ପର୍କ ଓ କଳା ଉଦଯିଵିତ ହୋଇ ରହିବାର ମୁଖ୍ୟ ଉଦ୍ଦେଶ୍ୟ। ଉତ୍ସବରୁ ମହୋତ୍ସବ ହେବା ପରି ସମ୍ପର୍କ ଓ କଳାକାର ମାନେ ନିଜର ପରିଚୟକୁ ଵଞ୍ଚାଇ ରଖିଥାଏ । ସେଥିରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ ସଭାପତିତ୍ଵ କରିଥିଲେ । ସେଥିରେ ଏ ନ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ତହସିଲଦାର ସିରିଅଲ ଶୁଭ୍ର ପଟେଲ , ଵ୍ଲକ ଵିଡିଓ କଲ୍ୟାଣ ସୌରଭ ଦାସ , ଏ ନ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

ଅପୂର୍ବ ରଞ୍ଜନ ଆଏଚ ଓ ମନ୍ଦିର ପରିଚାଳନା କମିଟିର ସଭାପତି ସନାତନ ସାହୁ ଅତିଥି ଭାବେ ଯୋଗଦେଇ ପ୍ରଥମ ଦିବସକୁ ଉଦଘାଟନ କରିଥିଲ । କାର୍ଯ୍ୟକ୍ରମକୁ ଓଡ଼ିଶା ଯାତ୍ରା ଜଗତରେ ନିର୍ଦେଶକ ଗୁରୁପ୍ରସାଦ ମିଶ୍ର ଓ ବସନ୍ତ କୁମାର ଦାସ ପରିଚାଳନା କରିଥିଲେ । ଏହି ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ନୃତ୍ୟ ପରିବେଷଣ କରିଥିଲେ । ଅଞ୍ଚଳର ବିଭିନ୍ନ ବର୍ଗର କଳାକାର ଯୋଗଦେଇଥିଲେ । ଏହି ଅବସରରେ ଭୁବନେଶ୍ୱରର କଳାକାର ମାନଙ୍କ ଦ୍ବାରା ସଂଗିତ ପରିବେଷଣ କରାଯାଇଥିଲା । ବିଶେଷ ଭାବରେ ଦର୍ଶକ ଙ୍କ ମନ ମୋହିଥିଲେ ରିଲ୍ ରେ ନାମ କମେଇଥିବା କମେଡି ଷ୍ଟାର ମିଷ୍ଟର ଗଲୁଆ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଭୁବନ ଓ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ପୋଲିସ ପ୍ରଶାସନ, ମନ୍ଦିର ପରିଚାଳନା କମିଟି ମହିଳା ମହାବିଦ୍ୟାଳୟର ଏନ୍ ସି ସି ,ଗାଇଡ ଓ ବିଭିନ୍ନ ସ୍ଵଛାସେଵୀ ଅନୁଷ୍ଠାନ ଶୃଙ୍ଖଳା ରକ୍ଷା କରିଥିଲେ ।

ଭୁବନ ରୁ ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




