Entertainment

ବାଲୁଗାଁରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ।

 

 :- ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟ ସମୟରେ ଉପକୂଳ ଓଡିଶାରେ ଅନେକ ନଦ, ନଦୀ ଓ ହ୍ରଦ ଥିବାରୁ ଆମ ସାଧବ ପୁଅମାନେ ନୌବାଣିଜ୍ୟ ପାଇଁ ଲୁଣା ହ୍ରଦ ନିଳାମ୍ବୁ ଚିଲିକା ବାଟ ଦେଇ ଦେଶ ବିଦେଶକୁ ଯାଉଥିଲେ । ଚିଲିକା ହ୍ରଦ ବାଲୁଗାଁ ସ୍ଥିତ ବୋଇତ ହୁଡା ଓ ଦୀପ ମୁଣ୍ଡିଆ, ବଡ଼କୁଳ ବନ୍ଦର ଆଜି ମଧ୍ୟ ସେହି ଐତିହ୍ୟର ମୁକସାକ୍ଷୀ । ଆମର ସେହି ଐତିହ୍ୟ ରୁ ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତି ଓଡିଆଙ୍କ ହୃଦୟରେ ଉଦ୍ଜୀବିତ କରିବା ପାଇଁ ଖୋରଧା ଜିଲ୍ଲା ବାଲୁଗାଁ ଠାରେ ବାଲୁଗାଁ ଏନ. ଏ. ସି ,ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

 ଗତକାଲି ସନ୍ଧ୍ୟାରେ ମହୋତ୍ସବ କମିଟିର ଆବାହକ ଏନଏସି ଅଧ୍ୟକ୍ଷା ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ର ସଭାପତି…ସୁକାନ୍ତି ପାଇକରା , ରାଜ୍ୟସଭା ..ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟସଭା ..ସାଂସଦ.ସସ୍ମିତ ପାତ୍ର,…ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ , ସକାଳ ଖବରକାଗଜ ପ୍ରକାଶକ ଅମିତ ମଲ୍ଲିକ…..ଚିଲିକା ପର୍ଯ୍ୟବେକ୍ଷକ… ରାଜା ଚକ୍ର , ପୂର୍ବତନ ମନ୍ତ୍ରୀ… ଦେବେନ୍ଦ୍ର ନାଥ ମନସିଂହ… ଖୋର୍ଦ୍ଧା ଜିଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ….ବାଣପୁର ଏନଏସି ଅଧ୍ୟକ୍ଷ…ମିଟୁ ନାୟକ ପ୍ରମୁଖ ଯୋଗଦେଇଥିଲେ।

  ଆମ ଓଡିଆ ସାଧବ ପୁଅମାନେ ବୋଇତରେ ସାତ ସମୁଦ୍ର ତେର ନଈ ପାର ହୋଇ ଦେଶ ବିଦେଶକୁ କଳିଙ୍ଗ ରାଜ୍ୟର ସାମଗ୍ରୀ ବ୍ୟବସାୟ ନିମିତ ସୁଦୁର ଜାଭା,ବାଲି,ସୁମାତ୍ରା,ଇଣ୍ଡୋନେସିଆ ଭଳି ଦେଶକୁ ଯାଇ ବାଣିଜ୍ୟ କରୁଥିଲେ । ଏଣୁ ସେହି ଚିଲିକାର ଅତୀତର ଗୌରବମୟ ଇତିହାସକୁ ସାରା ବିଶ୍ଵରେ ପରିଚିତ କରାଇବା ଉଦେଶ୍ୟରେ ପରମ୍ପରାକୁ ବଜାୟ ରଖିବା ନେଇ ଚେଷ୍ଟିତ ଥିବା ମତ ପୋଷଣ କରିଥିଲେ ମଞ୍ଚାସିନ ଅତିଥି ମାନେ । ସଭା କାର୍ଯ୍ୟ ଶେଷ ପରେ ରାଜ୍ୟ ସ୍ତରୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ମା ଭଗବତୀ କଳା ନିକେତନ କୁନିକୁନି ଶିଶୁ ପ୍ରତିଭାଙ୍କ ଦ୍ୱାରା କୋରାପୁଟର ଲୋକ ନୃତ୍ୟ ଢେମସା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା l 

 ଆଜି ପ୍ରଭାତ ସମୟରେ ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ଭାଇ ଭଉଣୀ ମାନଙ୍କ ସହଯୋଗରେ ପାରମ୍ପରୀକ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଥିଲା । ସାଧବ ପୁଅଙ୍କୁ ଏକ ସୁସଜିତ ବୋଇତରେ ବସାଇ ବନ୍ଦାପନା କରାଯାଇଥିଲା । ଏହାପରେ ବୋଇତ ଚିଲିକାରେ ପରିଭ୍ରମଣ କରିଥିଲା । ଅନ୍ୟ ପଟେ କାଳିଜାଇ ମୋଟର ବୋଟ ଆସୋସିଏସନ ଦ୍ଵାରା ଆତସବାଜି ପ୍ରଦର୍ଶନ କରାଯାଇଥିଲା । କlର୍ଯ୍ୟକ୍ରମ କୁ ସଫଳ କରବା ପାଇଁ ବିଭିନ୍ନ ସଂଗଠନ ,ପୋଲିସ ପ୍ରଶାସନ, ଅଗ୍ନିଶ୍ରମ ବିଭାଗ,ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ l

 

ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ news

Related Articles

Back to top button