Entertainment
ବୋଇତ ବନ୍ଦାଣ ସଂସ୍କୃତିକ ମହୋତ୍ସବ ୨୦ ୨୩, ଭାଗବତ ଫାଉଣ୍ଡେସନ ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ।


କଣ୍ଟାପଡ଼ା ବ୍ଳକର ବଳଦା ଗ୍ରାମରେ ବୋଇତ ବନ୍ଦାଣ ସଂସ୍କୃତିକ ମହୋତ୍ସବ ଭାଗ ବତଫାଉଣ୍ଡେସନ ତରଫରୁ ମା ଶାରଳା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ବଳଦା ଗ୍ରାମବାସୀମାନଙ୍କ ସହଯୋଗରେ ପବିତ୍ର କାର୍ତ୍ତିକମାସର ପଞ୍ଚକରେ ରବିବାର ସନ୍ଧ୍ୟା ୭ଟା ସମୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟି ପ୍ରାର୍ଥନା ଚ୍ୟାନେଲର ବିଶିଷ୍ଟ କଳାକାରମାନଙ୍କୁ ନେଇ ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲା । କଳାକାରମାନଙ୍କର ଭଜନର ସ୍ଵର ବହୁତ ହୃଦୟସ୍ପର୍ଶୀ ହୋଇଥିବାବେଳେ ବହୁତ ମାତ୍ରାରେ ଦର୍ଶକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ଉତ୍ସାହର ସହିତ ଉପଭୋଗ କରୁଥିଲେ।
କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




