Entertainment

ବରହାକାଲୁରେ କାର୍ତ୍ତିକ ପଞ୍ଚକ ପାଳନ ଅବସରରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

 

କଣ୍ଟାମାଳ,୨୪।୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ବରହାକାଲୁ ଗ୍ରାମରେ କାର୍ତ୍ତିକ ମାସର ପଞ୍ଚକ ବ୍ରତର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁକ୍ରବାର ଶ୍ରଦ୍ଧାଳୁ ଓ ବ୍ରତାଧାରୀ ମହିଳା ଓ ପୁରୁଷ ଭକ୍ତଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂଜକ ଲବ ଷଡ଼ଙ୍ଗୀଙ୍କ ଦ୍ୱାରା ରୀତିନୀତିରେ ନିକଟସ୍ଥ ନାଳରେ ପୂଜାର୍ଚନା ପରେ ମହିଳାମାନେ ପୂର୍ଣ୍ଣ କଳସରେ ପବିତ୍ର

ଜଳ ଧରି ନାମ ସଂକୀତ୍ତନ ମାଧ୍ୟମରେ ଶୋଭାଯାତ୍ରାରେ ଆସି ଗ୍ରାମ୍ୟ ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ l କାର୍ଯ୍ୟକ୍ରମରେ ପ୍ରକାଶ ରଣା ଓ ପତ୍ନୀ ବିଭୁତି ରଣା କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ l ରବିଶ୍ୱର ରଣା, ପଦ୍ମନ ରଣା, ଗୌର ରଣା, ହର ରଣା, ସନ୍ତୋଷ ରଣା, ସୁନାର୍ତ୍ତନ ରଣା, ସିଦ୍ଧେଶ୍ୱର ରଣା, ନିର୍ମଳ ରଣା, ଭୁବନ ରଣା, ଶ୍ରୀମନ୍ତ ରଣା, ତପିଶ୍ୱର ରଣା, ଜଳଧର ରଣା, ଯଶୋବନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ l ଶନିବାର ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ପୂଜା କମିଟୀ ସଦସ୍ୟ ସିଦ୍ଧେଶ୍ୱର ରଣା କହିଛନ୍ତି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button