ଗୁନ୍ଦୁଳିଆ ଓ ତେନ୍ତୁଳିପାଲି କଲାସି ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ।


ବୌଦ୍ଧ-୨୪-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ଗୁନ୍ଦୁଳିଆ ଗ୍ରାମରେ କଲାସୀ ଯାତ୍ରା ଗୁରୁବାର ସମ୍ପନ୍ନ ହୋଇଛି। ଏଅବସରରେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ନାଟକ “କହିଦେଲେ କଥା ସରିଯିବ, ମଞ୍ଚସ୍ଥ ହୋଇଯାଇଛି। ସ୍ଥାନୀୟ ସମବାୟ ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ପୋଢ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଓ ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ, ୪ନମ୍ବର ଯୋନ୍ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ବୌଦ୍ଧ ବ୍ଲକ ଉପଧକ୍ଷା ପ୍ରତିନିଧି ଲକୀ ଦେହୁରୀ, ବିଜେଡି ନେତା ଶାନ୍ତନୁ ଥାଟି, ଯୁବନେତା ଓମ ପ୍ରକାଶ ମିଶ୍ର, ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ବର ସିଂହ, ସମିତି ସଭ୍ୟ

ବଳଦେବ କର୍ମୀ, ମନୁପାଲି ସରପଞ୍ଚ ଭାରତୀ ମଲ୍ଲିକ ବାଉଁଶୁଣି ସମିତି ସଭ୍ୟ ପ୍ରମୋଦ ଦେହୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବହିରା ପଞ୍ଚାୟତ ତେନ୍ତୁଳିପାଲି ଗ୍ରାମରେ ମଧ୍ୟ କଲାସୀ ଯାତ୍ରା ଉପଲକ୍ଷେ ମା ଶାରଦା ନାଟ୍ୟ ସଂସଦ ପକ୍ଷରୁ ସାମାଜିକ “ନାଟକ ଦୁନିଆ ଜାଣିବ ମୋ କାହାଣୀ, ମଞ୍ଚସ୍ଥ ହୋଇଯାଇଛି। ସଞ୍ଜିତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି, ପୂର୍ବ ଅଧ୍ୟକ୍ଷ ପୟୋଧର ମହାକୁଳ, ବହିରା ସରପଞ୍ଚ ଯଯାତି କେଶରୀ ମହାଲିକ,ସମିତି ସଭ୍ୟ ପ୍ରତିନିଧି କହ୍ନାଇ ବାଦୀ, ସାନ ବେହେରା, କୁଞ୍ଜ କହଁର,ଦୁଷ୍ମନ୍ତ ବାଘ, ପ୍ରକାଶ ନାଏକ,ଜିତ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




