ଅଗ୍ରଣୀ ସିନିଅର ସିଟିଜେନ ଉଇଲଫେୟାର ଆସୋସିଏସନ ବମିଖାଲ ର ବାର୍ଷିକ ଉତ୍ସବ ପାଳିତ


ଅଗ୍ରଣୀ ସିନିଅର ସିଟିଜେନ ଉଇଲଫେୟାର ଆସୋସିଏସନ ବମିଖାଲ ର ବାର୍ଷିକ ଉତ୍ସବ ପାଳିତ.ଭୁବନେଶ୍ୱର, ସହିଦନଗର ସ୍ଥିତ ମା ଖଣ୍ଡୁଆଳି ବୁଢ଼ୀ ମନ୍ଦିର ପରିସରରେ ବମିଖାଲ ଅଗ୍ରଣୀ ସିନିଅର ସିଟିଜେନ ଉଇଲଫେୟାର ଆସୋସିଏସନ ତରଫରୁ ଏକ ବାର୍ଷିକ ଅଧିବେଶନ କରାଯାଇଥିଲା. ପ୍ରତିବର୍ଷ ଭଳି ସିନିଅର ସିଟିଜେନ ଆସୋସିଏସନ ତରଫରୁ ସମସ୍ତଙ୍କୁ ଏକାଠି କରିବା ପାଇଁ କାର୍ତିକ ହବିଷ ପାଳନ ନାଁରେ ଏକ ବନ୍ଧୁ ମିଳନ କରାଯାଇଥାଏ.ଆସୋସିଏସନ

ତରଫରୁ ସ୍ୱାସ୍ଥ୍ୟ ସଚେତନତା, ପ୍ଲାଷ୍ଟିକ ବର୍ଜନ ପାଇଁ ଫ୍ଲାଗ ମାର୍ଚ୍ଚ, ସମସ୍ତେ ସମସ୍ତଙ୍କ ଦୁଃଖ ସୁଖ ନିଜ ଭିତରେ ବାଣ୍ଟିବା ଭଳି କାର୍ଯ୍ୟକ୍ରମ କରିଥାଉ ବୋଲି କହିଛନ୍ତି ଆସୋସିଏସନର ସଭାପତି ସୁଶୀଲ କୁମାର ନନ୍ଦ. ସେହିଭଳି ଆମେ ଏକାଠି ହୋଇ ଭବିଷ୍ୟତ ଉନ୍ନତି, ଅନୁଷ୍ଠାନର ଉନ୍ନତି କ୍ୟାଲେଣ୍ଡର ଓ ପାଞ୍ଜି ଉନ୍ମୋଚନ କରିଥାଉ ଓ ବର୍ଷକୁ ଥରେ ବନ୍ଧୁ ମିଳନ ପାଇଁ ଏକାଠି ହୋଇଥାଉ ବୋଲି କହିଛନ୍ତି ବମିଖାଲ ଅଗ୍ରଣୀ ସିନିଅର ସିଟିଜେନ ଉଇଲଫେୟାର

ଆସୋସିଏସନର ସାଧାରଣ ସମ୍ପାଦକ ଭକ୍ତ ବନ୍ଧୁ ଦାସ. ଏବେ କାର୍ତିକ ମାସ ପୁଣ୍ୟ ମାସ ଚାଲିଛି ଆମେ ସବୁଦିନ ମନ୍ଦିର ଆସିଛୁ, ବହୁତ ପୁରୁଣା ମନ୍ଦିର ଆମେ ପୂଜା କରି ଫେରିଯିବୁ ବୋଲି କହିଛନ୍ତି ଶ୍ରଦ୍ଧାଳୁ ଲିସା ଦାସ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




