Entertainment
ମାଟୁପାଲି ଠାରେ କଳାସୀ ଯାତ୍ରା ଉଦଯାପିତ


ଉଲୁଣ୍ଡା ୨୪/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ଗାଁ ରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାର୍ଷିକ କଳାସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କାର୍ତ୍ତିକ ଦଶମୀ ଓ ଏକାଦଶୀ ତିଥିରେ ବରୁଆ ଦେହରେ ମା ଅଭିର୍ଭାବ ହେବା ପରେ ପ୍ରଥମେ ଗୁପ୍ତେଶ୍ୱର ମନ୍ଦିର ସିଣ୍ଡୋଲ ରୁ ଆଜ୍ଞା ମାଳ ଆଣିଲା ପରେ 23 ତାରିଖ ରେ କଳସ ଯାତ୍ରା ସହ ଗ୍ରାମ ପରିକ୍ରମା କରାଯାଇଥିଲା ।ବରୁଆ ଦେହରେ ମା ଅଭିର୍ଭାବ ହୋଇ ସମସ୍ତ ମାନସିକ ଧାରିଙ୍କ ଗୁହାରୀ ଶୁଣିଥିଲେ ।ପୂଜକ ଭାବେ ସୀତାରାମ ଭୁକ୍ତା ଓ ପର୍ଶୁରାମ ଭୁକ୍ତା ଦାୟିତ୍ୱ ତୁଲାଇଥିବା ବେଳେ ବରୁଆ ଭାବେ ଶତ୍ରୁଘ୍ନ ପଧାନ ଓ ମିତ୍ରଭାନୁ ପଧାନ ରହିଥିଲେ ।ଗ୍ରାମର ସମସ୍ତ ସ୍ବେଚ୍ଛାସେବୀ ସାହାଯ୍ୟ କରିଥିବା ବେଳେ ବୀର ସୁରେନ୍ଦ୍ର ସାଏ କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




