Entertainment

ଗୁଡଭେଲିପଦର କୈଳାସୀ ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ସୁଖ ପରଦେଶୀ, ଦୁଃଖ ପଡ଼ୋଶୀ” ମଞ୍ଚସ୍ଥ

 

କଣ୍ଟାମାଳ,୨୪/୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ଗ୍ରାମରେ କୈଳାଶୀ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି। ଯାତ୍ରା ଉପଲକ୍ଷେ ଗ୍ରାମର ମାଁ ଗ୍ରାମପତି ନାଟ୍ୟ ପରିଷଦ କଳାକାରମାନଙ୍କ ଦ୍ଵାରା ସାମାଜିକ ନାଟକ “ସୁଖ ପରଦେଶୀ ଦୁଃଖ ପଡୋଶୀ” ମଞ୍ଚସ୍ଥ ହୋଇଯାଇଛି । ପ୍ରମୋଦ କୁମାର ମେହେରଙ୍କ ନିର୍ଦ୍ଦେଶନାରେ ନାଟ୍ୟ ପରିଷଦର କଳାକାରଙ୍କ ସହ ଅତିଥି

କଳାକାରମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ନାଟକ ମଞ୍ଚସ୍ଥ ପୂର୍ବରୁ ମଞ୍ଚକୁ ଅନୁଷ୍ଠାନିକଭାବେ ଅତିଥିମାନଙ୍କ ଦ୍ଵାରା ଉଦଯାଟନ କରି ଏକ ସାଂସ୍କୃତିକ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ (ବବି), ସମ୍ମାନିତ ଅତିଥି ଭାବରେ ବିଜେଡି ନେତା ସୁଧୀର ମହାକୁଡ, ସୋନପୁର ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ପ୍ରକାଶ କୁମାର ସାହୁ, ଅଧ୍ୟାପକ ତଥା ଯୋଗଗୁରୁ ଜ୍ଞାନେନ୍ଦ୍ର ମିଶ୍ର, ଶିକ୍ଷାବିତ ବୀରବର ସାହୁ, ବିଶିଷ୍ଟ ବ୍ୟବସାୟିକ ମହେଶ୍ୱର ସାହୁ, ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ମେହେର, ସମାଜ ସେବୀ ସତ୍ୟନାରାୟଣ ବଘାର, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସୁଶିଲ କୁମାର ମିଶ୍ର ଏବଂ ହୃଦାନନ୍ଦ ମେହେର ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିବାକୁ ହେଲେ ଏକ ସ୍ଥାୟୀ ମଞ୍ଚର ଆବଶ୍ୟକତା ରହିଥିବା ନେଇ ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ଭାଗିରଥି କର୍ମୀ ମଞ୍ଚ ପରିଚାଳନା କରିଥିଲେ । ପରେ ନାଟକ ପରିବେଷଣ ହୋଇଥିଲା। ନାଟକ ମଧ୍ୟରେ ଡ୍ୟାନ୍ସ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ ।ନାଟ୍ୟ ପରିଷଦର ସଭାପତି ବିଷ୍ଣୁ ଚରଣ ମହଲା, ସମ୍ପାଦକ ସନତ ସାହୁ, ଧନୀ ବାଘ, ସତ୍ୟବାନ୍ ସାହୁ,ରାଜାରାମ ମାହାଣା, ଶରତ ରଣା,ରମେଶ ମଲିକ,ଦିନେଶ ବିଶି , ଉତ୍ତର ବାଘ ପ୍ରମୁଖ ନାଟକରେ ଅଂଶଗ୍ରହଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button