ବିରିଡି ବ୍ଲକରେ କଂଗ୍ରେସ ର ବୁଥ ଏବଂ ଏଜେଣ୍ଟ ପରିଚାଳନା ପ୍ରଶିକ୍ଷଣ ଶିବିର


ବିରିଡି –: ଆଗାମୀ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମାନେ ତତ୍ପରତା ପ୍ରକାଶ କରୁଥିବାର ପରିଲକ୍ଷିତ ହେବାରେ ଲାଗିଛି ! କିପରି ଭାବେ ତୃଣମୂଳ ସ୍ତରରୁ ସାଙ୍ଗଠନିକ ପ୍ରକ୍ରିୟା କରଣ ଜୋରଦାର ଓ ଉନ୍ନତମାନର ହୋଇପାରିବ, ସେଥିପାଇଁ ଅଣ୍ଟାଭିଡା କାର୍ଯ୍ୟକ୍ରମ ମାନ ପ୍ରସ୍ତୁତି ଚାଲିଛି ! ଖବର ମୁତାବକ

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପ୍ରିୟ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଏବଂ ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିରିଡି ବ୍ଲକ ହାଜିପୁର ପଞ୍ଚାୟତରେ ଅବସ୍ଥିତ ତାରିଣୀ ମଣ୍ଡପରେ ଆୟୋଜିତ ହୋଇଯାଇଛି ” ବୁଥ୍ ଓ ଏଜେଣ୍ଟ ପରିଚାଳନା ପ୍ରଶିକ୍ଷଣ ଶିବିର” ! ଏହି ଶିବିରରେ ବିରିଡି ବ୍ଲକର ବ୍ଲକର ୭୭ଟି ବୁଥ୍ ରୁ ୪୦୦+ ବୁଥ୍ କଂଗ୍ରେସ ସଭ୍ୟ ଯୋଗ ଦେଇ ପ୍ରଶିକ୍ଷଣ ଶିବିରକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥିଲେ | କିପରି ନିର୍ବାଚନ ସମୟରେ ବୁଥ୍ ପରିଚାଳନା କରାଯିବ, ସବୁ ବର୍ଗର ଭୋଟରଙ୍କ ପାଖରେ ଦଳ ଓ ପ୍ରାର୍ଥୀଙ୍କର ଆଭିମୁଖ୍ୟକୁ ଉଚିତ ଢଙ୍ଗରେ ପ୍ରଚାର କରାଯାଇ ପାରିବ ତାହା ଉପରେ ଏବଂ ବୁଥ୍ ଏଜେଣ୍ଟ ମାନଙ୍କ ଦାୟୀତ୍ୱ କିପରି ହେବା ଆବଶ୍ୟକ, ସେ ସମ୍ବନ୍ଧରେ ମୁଖ୍ୟ ପ୍ରଶିକ୍ଷକ ଶ୍ରୀଯୁକ୍ତ ଦେବପ୍ରସାଦ ନାୟକ

ଉପସ୍ଥିତ ବୁଥ୍ କମିଟିର ସଭ୍ଯ ମାନଙ୍କୁ ସରଳ ଭାବରେ ବୁଝାଇଥିଲେ। ଉପସ୍ଥିତ କର୍ମୀଙ୍କ ମୁହଁରେ ଗୋଟିଏ କଥା ଥିଲା “ଏଥର କଂଗ୍ରେସ ” ! ବାସ୍ତବିକ ହିମାଂଶୁ ମଲ୍ଲିକ ଙ୍କ ସାଙ୍ଗଠନିକ ଦୃଢ଼ତା ଖୁବ ବୃଦ୍ଧି ପାଇ ଥିବାର ଜଣା ପଡିଛି ! ତାଙ୍କ ସହିତ ଥିବା ସାଥି ମହାରଥୀଙ୍କ ଉପସ୍ଥିତ ବଖାଣୁଛି ଯେ ହିମାଂଶୁ ମଲ୍ଲିକ କେତେ ସଫଳ !!ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନଟବର ବାରିକ ମୁଖ୍ୟ ଅତିଥି ଥିବାବେଳେ ତିର୍ତ୍ତୋଲ, ରଘୁନାଥପୁର ବ୍ଲକର ସଭାପତି, ଉପ-ସଭାପତି ବୃନ୍ଦ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସଫି ଆଜମ୍ ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ଇଂ. ବେଦଦ୍ୟୁତି ପୃଷ୍ଟି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା | ଅପେକ୍ଷା କେବଳ ନିର୍ବାଚନ ସମୟକୁ ! ଏଥର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ୱ ଦମ୍ ଦେଖାଇବ ନା ପୁନଃ ମୂଷିକ ଭଵଃ ନୀତିକୁ ଆପଣେଇବ!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା!




