Orisha

ମା ଵୁଢୀନାଆକାଣୀ କଳା ପରିଷଦ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଣକା ପଞ୍ଚାୟତ ମହାଦେଇପୁର ଗ୍ରାମ ରେ ମା ଵୁଢୀନାଆକାଣୀ କଳା ପରିଷଦ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ବରିଷ୍ଠ ଶିକ୍ଷ୍ଯାବିତ ଯଶୋବନ୍ତ ଲେଙ୍କା , ଏହା କୁ ଆୟୋଜନ କରିଥିଲେ କଳା ପରିଷଦ ର ସମ୍ପାଦିକା ଗାୟିକା କନକଲତା ସାମଲ ବଣ ରେ ବଣମଲ୍ଲୀ ଫୁଟିଲା ପରି କନକଲତା ସାମଲ ଜଣେ ବହୁ ଗୁଣର ସଂପୂର୍ଣ୍ଣା , ବହୁ ଦିନରୁ ତାଙ୍କ ମନରେ ଏକ ସ୍ଵପ୍ନ ଥିଲା ସେ ଗ୍ରାମ ଅଞ୍ଚଳ ରେ ଲୁଚି ରହିଥିବା ପ୍ରତିଭା ମାନଙ୍କୁ କିପରି ଅଧିକରୁ ଅଧିକ କଳା ପ୍ରତି ଆକୃଷ୍ଟ କରିବା ଗ୍ରାମ ଅଞ୍ଚଳ ମା ଵୁଢୀନାଆକାଣୀ କଳା ପରିଷଦ ନୃତ୍ୟ ଗୀତ ଅନୁଷ୍ଠାନ ର ବାର୍ଷିକ ଉତ୍ସବରେ ବରିଷ୍ଠ ଶିକ୍ଷ୍ଯାବିତ ଯଶୋବନ୍ତ ଲେଙ୍କା ଙ୍କ ସଭାପତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି ବରିଷ୍ଠ କ୍ରୀଡାବିତ ମନ୍ମଥ କୁମାର ପୃଷ୍ଟି, ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଛନ୍ତି ନାଟ୍ୟ ଗୁରୁ ଶ୍ରୀ ହରିସାମନ୍ତ, ସମ୍ମାନୀତ ବକ୍ତା ଯାଜପୁର ଜିଲ୍ଲା ବି,ଜେ,ପି, ସାଧାରଣ ସଂପାଦିକା ଦେବଯାନୀ ପ୍ରଧାନ ସମ୍ମାନୀତ ଅତିଥି ଅବସର ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ ସମାଜସେବୀ କାର୍ତ୍ତିକ ଚନ୍ଦ୍ର ଜେନା ,ଅଭୟ ତରାଇ ଉପସ୍ଥିତ ଥିଲେ ମଞ୍ଚ ପରିଚାଳନା ସାଙ୍ଗଠନିକ ସମ୍ପାଦକ ସୌମ୍ୟରଂଜନ ସାମଲ ସମସ୍ତ ପ୍ରକାର ପ୍ରସ୍ତୁତି ରେ ସହଯୋଗ କରିଥିବା ସମୟ ରେ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା କଳାକାର ସମାଜସେବୀ ନୃତ୍ୟ ଗୀତ,ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ଥିବା ବହୁ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ସହ ମାନପତ୍ର ଉପଢୌକନ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ , ପୂର୍ବ ରୁ ମଞ୍ଚରେ ଆୟୋଜିତ , ହୁଳହୁଳି ଶଙ୍ଖ ଧ୍ୱନି ପୁରାଣ ଶାସ୍ତ୍ର ଚର୍ଚ୍ଚା ମୂଜୀକ ଚେୟାର ପ୍ରତିଯୋଗୀତା ରେ ଗ୍ରାମ ର ମହିଳା ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା କୃତିତ୍ୱ ମହିଳା ମାନଙ୍କୁ ସମ୍ମାନୀତ କରାଯାଇଥିଲା ମଞ୍ଚ ର ଵିଷେଶ ଆକର୍ଷଣ ଥିଲା ଜୁନିୟର ରାଇମୋହନ, ଅନୁଷ୍ଠାନ ର ସମ୍ପାଦିକା କନକଲତା ସାମଲ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍

 

Related Articles

Back to top button