Orisha

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ମାଓବାଦୀ -ପୋଲିସ ଗୁଳି ବିନିମୟ, ଵଲାସିଙ୍ଗାସ୍ଥିତ ଆଇଆରବି କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆରକ୍ଷୀ ଅଧିକ୍ଷକ 

 

କଣ୍ଟାମାଳ, ତା ୨୧/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା ଵଲାସିଙ୍ଗାସ୍ଥିତ ଆଇଆରବି କାର୍ଯ୍ୟାଳୟଠାରେ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଏସପିଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ମନମୁଣ୍ଡା ଥାନା ଅଂଚଳରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବାନେଇ ଆରକ୍ଷୀ ଅଧିକ୍ଷକ ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି l ବୌଦ୍ଧ ଜିଲ୍ଲାରେ ମାଓ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସପି ଶ୍ରୀପ୍ରସାଦ ଏସଓଜି ଜବାନ ଓ ଡିଭିଏଫ ଫୋର୍ସକୁ ସର୍ଚ୍ଚ ଅପରେସନ ପାଇଁ ପଠାଇଥିଲେ । ଉଭୟ ଟିମ ମନମୁଣ୍ଡା ରେଞ୍ଜ ଶଗଡ଼ା ଫାଣ୍ଡି ଅନ୍ତର୍ଗତ ରାବଣେଶ୍ୱର ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ୩୦ ରୁ ୪୦ ମାଓବାଦୀ ଥିବା ଦେଖି ତାଙ୍କୁ

ଆତ୍ମସମର୍ପଣ ପାଇଁ ଘୋଷଣା କରିଥିଲେ l ମାତ୍ର ମାଓବାଦୀ ପକ୍ଷରୁ ପ୍ରଥମେ ବୋମା ପକାଯାଇଥିବା ବେଳେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ପରେ ମାଓବାଦୀ ମାନେ ଛତ୍ରଭଙ୍ଗ

ଦେଇ ଚାଲିଯାଇଥିବା ବେଳେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଏସପି ଶ୍ରୀ ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button