Orisha

ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ” ଶାମ୍ବରୀ-୨୦୨୩” ଆୟୋଜିତ

ଭବାନୀପାଟଣା:-ତା.୨୧.୧୧: ଭବାନୀପାଟଣା ସହର ନିକଟସ୍ଥ କଲ୍ୟାଣ ନଗର ଠାରେ ଥିବା ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର

୧୨ତମ ବାର୍ଷିକ ଉତ୍ସବ”ଶାମ୍ବରୀ-୨୦୨୩ ” ୨୦ ତାରିଖ ସୋମବାର ଦିନ ଏକ ଚିତ୍ତାକର୍ଷକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ସ୍ଥାନୀୟ

ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟରାମ ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଆନ୍ତର୍ଜାତିକ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ୟତମ ଖେଳାଳୀ ରସନାରା ପରବିନ୍, ସମ୍ମାନିତ ଅତିଥି ଭାବେ ମଣିକେସ୍ତୁ ଏଗ୍ରୋର ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ପ୍ରତିଷ୍ଠାତା ଜୟନ୍ତୀ ମହାପାତ୍ର ମୁଖ୍ୟ ବକ୍ତା ଭାବେ ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ପ୍ରଫେସର ଡା. କବିତା ରଥ ମଞ୍ଚରେ ଉପସ୍ଥିତ ଥିଲେ।ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷା ନମିତା ସାହୁ ମଞ୍ଚାସିନ ରହି ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ସସ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।+୨ର ପ୍ରଥମ ବର୍ଷ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ଅଧକ୍ଷ୍ୟା ଦୀପା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏବର୍ଷର ଶ୍ରେଷ୍ଟ ଛାତ୍ରୀ ଭାବେ ରିସ୍ନା ସବର ସମ୍ମାନିତ ହୋଇଛନ୍ତି। ଅଧ୍ୟାପିକା ହିମାନ୍ଦ୍ରୀ ମହାରଣାଙ୍କ ନେତୃତ୍ୱରେ ଛାତ୍ରୀ ମାନେ ନିଜେ ମଞ୍ଚ ପ୍ରସ୍ତୁତ କରିଥିଲେ।ଯାହାକୁ ଅନେକ ଲୋକ ପ୍ରଶଂସା କରିଛନ୍ତି। ମନଛୁଆଁ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନ କିଣିପାରିଥିଲା।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button