କଣ୍ଟାମାଳରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ , ୨୮୯ ବିବ୍ୟାଙ୍କ ପଞ୍ଜିକୃତ


କଣ୍ଟାମାଳ, ୨୧/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ଶିବିରକୁ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର କୁମାର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଝାରୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସାମର୍ଥ୍ୟ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିବା

ବେଳେ ଅନ୍ୟତମ ଅତିଥି କୃତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରତ୍ୟାରୋପଣ ବିଶେଷଜ୍ଞ ସୁରେନ୍ଦ୍ର ଭୋଇ ସରକାରୀ ଭାବେ ଥିବା ମୋଟ ୨୧ଟି ଦିବ୍ୟାଙ୍ଗର କାରଣ ସମ୍ପର୍କରେ ବୁଝାଇବା ସହ ଭିନ୍ନକ୍ଷମଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ଶିବିରରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ଭୋଇ,

ଜୟଶଙ୍କର ପଣ୍ଡା, ସହକାରୀ ଯନ୍ତ୍ରୀ ଜୟ ମହନ୍ତ ପ୍ରମୁଖ ଶିବିରରେ ଉପସ୍ଥିତ ରହିଥିଲେ। ଶିବିରକୁ ବିଡିଓ ସାମି ଜୟଶ୍ରୀ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡବ୍ଲ୍ୟୁଇଓ ଜ୍ୟୋତିରଞ୍ଜନ ବେହେରା ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ଶିବିରରେ ମୋଟ ୨୮୯ ଜଣ ପୁରୁଷ ଓ ମହିଳା ଭିନ୍ନକ୍ଷମ ପଞ୍ଜିକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ଟ୍ରାଇସାଇକେଲ ୭ ଜଣଙ୍କୁ , ହୁଇଲ ଚେୟାର ୮ ଜଣଙ୍କୁ, ଶ୍ରବଣ ଯନ୍ତ୍ର ୨ ଜଣଙ୍କୁ, ଆଶାବାଡି ଜଣଙ୍କୁ, ବସ ପାସ ୫୨ ଜଣଙ୍କୁ, ନୂତନ ପେନସନ ଆବେଦନ ୨୯ଜଣ,୧୪୩ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍



