Orisha

କଣ୍ଟାମାଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଓ ସମାଧାନ ଶୁଣାଣୀ ଶିବିର 

 

କଣ୍ଟାମାଳ, ୨୦/୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଓ ସମାଧାନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।। ଏହି ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ,ଏସଡିପିଓ କୈଳାଶ ସେଠୀ , ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରବି ନାରାୟଣ ତ୍ରୀପାଠୀ , ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡିଓ ସାମି ଜୟଶ୍ରୀ ରେଡ୍ଡୀ , ତହସିଲଦାର ଶ୍ଵେତପଦ୍ମା ଯୋଶୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ , ବ୍ଳକ ଶିଶୁ ବିକାଶ ଅଧିକାରୀ ଜ୍ୟୋସ୍ନାରାଣୀ ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ , ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସାମଲ , ସହକାରୀ ଯନ୍ତ୍ରୀ ରାଜକିଶୋର

ମଲ୍ଲିକ , ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଅଜିତ କୁମାର ସେଠୀ , ଵିଇଓ ସନୋଜ କୁମାର ସେଠୀ , ଦୁଇ ନମ୍ୱର ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଲୋକ ମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଶିବିରରେ ମୋଟ ୯୬ ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୩ଟି ସାମୁହିକ ଓ ୮୩ଟି ବ୍ୟକ୍ତିଗତ ମାମଲାର ସମାଧାନ ହୋଇଯାଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button