Politics

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାରକୁ ନେଇ ଓଡିଶା ବିଜେପି ତରଫରୁ ସାରା ରାଜ୍ୟରେ ବିଭିନ୍ନ ବ୍ଲକ ସମ୍ମୁଖରେ ଗର୍ଜୁଛି ବିଜେପି !


ତିର୍ତ୍ତୋଲ ::- ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାରକୁ ନେଇ ଓଡିଶା ବିଜେପି ତରଫରୁ ସାରା ରାଜ୍ୟରେ ବିଭିନ୍ନ ବ୍ଲକ ସମ୍ମୁଖରେ ଗର୍ଜୁଛି ବିଜେପି !ଖାଇଗଲେ, ନେଇଗଲେ, ଲୁଟିନେଲେ, ଆଇନଶୃଙ୍ଖଳା ଭୁଲି ଅଗଣତାନ୍ତ୍ରିକ ଶାସନ ଚାଲିଛି କହି ଆୟୋଜିତ କରୁଛି ଜନ ଆକ୍ରୋଶ ସମାବେଶ ! ନୋଟ ବନ୍ଦୀ କରାଗଲା କଳାଧନ ଫେରେଇ ଆଣିବା ନାଁଆରେ ନେଲା କିଏ ? ବ୍ୟାଙ୍କ ଜରିଆରେ କରୋଡ଼ କରୋଡ଼ ଟଙ୍କା ନେଇ ଦେଶରୁ ଯିଏ ଲୁଚି ଚାଲିଗଲେ , କାହାର ଟ୍ରେଜେରି ପୂର୍ଣ୍ଣକରି ଥିଲେ ? ସରକାରୀ ବିଭାଗକୁ ଘରୋଇ କରଣ କରି ରୟାଲିଟି ଖାଉଛି କିଏ ? ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ରେ ଜିଏସଟି ଲଗେଇ ସାଧାରଣ ଜନତାଙ୍କୁ ଲୁଟୁଛି କିଏ ??? ମଣିପୁର ଭଳି ଲୋମହର୍ଷଣ ଘଟଣାରେ ଧୃତରାଷ୍ଟ୍ର ସାଜି ମହିଳା ମାନଙ୍କ ଜୀବନକୁ ହାସ୍ୟାସ୍ପଦ କରିଛି କିଏ ??? ଯୋଉଠି ଦେଶର ରାଜା ଭ୍ରଷ୍ଟ ସେଠାରେ ରାଜ୍ୟ ମୁଖ୍ୟଙ୍କୁ ଆଙ୍ଗୁଳି ଦେଖେଇ କହିବା

କେଡେଦୁର ସମିଚୀନ ତାହା ଦର୍ଶକ ନିଶ୍ଚୟ ଜାଣି ସାରିବେଣି ! ଏତେ ଫଟେଇ ହେବାରେ ନିଜର ଦୁର୍ବଳତା ପଦାରେ ପକାଉଛି ବିଜେପି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି !ଦୀର୍ଘ ବର୍ଷର ଶାସନରେ ନବୀନ ସରକାର ଅପାରଗତା ବିଷୟରେ କହୁଥିବା ବିଜେପି ଚାଲୁଣି କହୁଛି ଛୁଞ୍ଚିକୁ…. ଉପାଖ୍ୟାନକୁ ମନେ ପକେଇ ଦେଉଛି ସିନା କିନ୍ତୁ କେନ୍ଦ୍ରସରକାରଙ୍କ ଦୁର୍ନୀତି ବିଷୟରେ କିଛିବି ଉପସ୍ଥାପନ କରୁନାହିଁ ! କେବଳ ଓଡ଼ିଶାର ପ୍ରତି ଜିଲ୍ଲାର ବ୍ଲକ ଗୁଡିକ ବୁଲି ବୁଲି ନବୀନ ସରକାରଙ୍କ ଦୁର୍ନୀତି ଦେଖାଉଛି ! ଏହା ହାସ୍ୟାସ୍ପଦର ବିଷୟ ବୋଲି କେତେକ ବ୍ୟକ୍ତି ଟୁପୁରୁ ଟାପୁରୁ ହେବାର ଶୁଣାଯାଇଥିଲା ! ଭ୍ରଷ୍ଟାଚାରରେ ଉବୁଟୁବୁ ହୋଇ ଶାସନକଳ କୁ ବାଟବଣା କରୁଥିବା କେନ୍ଦ୍ରସରକାର ଆଜିର ଦିନରେ ଖଜୁରୀଗଛ ପାଲଟି ଯାଇଥିବାର ଚର୍ଚ୍ଚା ଜୋର ଧରିଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ସମ୍ମୁଖରେ ବିଜେପି ଜନ ଆକ୍ରୋଶ ସମାବେଶ କରାଇ ନିଜ ଦଳୀୟ ଆକ୍ରୋଶ କୁ ପଦାରେ ପକେଇ ଦେଇଛି ! ସମାବେଶ ଚାଲିବା ସ୍ଥଳରେ ବ୍ଲକ ଷ୍ଟାଫ କିମ୍ବା ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ଆଗଧାଡିର ବିଜେପି ଯୁବ ସଂଗଠକ ମାନେ ଅନୁପସ୍ଥିତ ଥିବାର ଲଖ୍ୟକରାଯାଇଥିଲା !କେତେକ କର୍ମୀ ବିଜେପି ଉତ୍ତରୀୟ ପକେଟରେ ପୁରେଇ ବୁଲୁଥିବାର ଦେଖିବାକୁ ମିଳିଥିଲା ବେଳେ, ଦଳୀୟ ଚିହ୍ନଥିବା ଉତ୍ତରୀୟ ବିଚ ରାସ୍ତାଉପରେ ପଦଦଳିତ ହେଉଥିବାର ନଜରକୁ ଆସିଥିଲା ! ଏଥିରୁ ସହଜରେ ବିଜେପିର ଗୋଷ୍ଠି କନ୍ଦଳ ର ସୁରାକ ବାରିହେଇ ପଡୁଥିଲା ! ମୋଟାମୋଟି ଉପରେ କହିବାକୁ ଗଲେ ତିର୍ତ୍ତୋଲ ଭଳି ରାଜନୈତିକ ପେଣ୍ଠସ୍ଥଳୀ ରେ ଆଇନୀଜୀବୀ ରାଜକିଶୋର ବେହେରାଙ୍କ ନେତୃତ୍ୱକୁ କିଛି ବିଜେପି କର୍ମୀ ନାପସନ୍ଦ କରୁ ଥିବାର ସ୍ପଷ୍ଟ ଜଣାପଡୁଛି ! ଦେଖିବାକୁ ରହିଲା ଆଗାମୀ ନିର୍ବାଚନ ପୂର୍ବରୁ ବିଜେପି ସୁଧୁରୁଛି ନା ଗୋଷ୍ଠୀ କନ୍ଦଳ ପାଇଁ ଚର୍ଚ୍ଚାରେ ରହୁଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button