

ବିନିକା, ୧୯/୧୧ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଖଇରମାଲ ଗ୍ରାମରେ ସମ୍ଵିଧାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଭୀମସେର୍ନି ସଂସ୍ଥାପକ (ନାରୀ ଏକତା ମିଶନ), ଧିମାନ ଅଚ୍ୟୁତ କୁମ୍ଭାର, ମୂଖ୍ୟ ବକ୍ତା ଏସ୍ ଏସ୍ ଏ ସଦସ୍ୟ, ସୁବର୍ଣ୍ଣପୁର ଧିମାନ ଗୁପ୍ତେଶ୍ଵର ଖୁରା, ସମ୍ମାନୀୟ ଅତିଥି ଓଡିଶା ଭୀମସେର୍ନି (ନାରୀ ଏକତା ମିଶନ) ମହିଳା ସଭାନେତ୍ରୀ,

ଧିମତୀ ମଞ୍ଜୁ କୁମ୍ଭାର,ଡୁଙ୍ଗୁରିପାଲି କାର୍ଯ୍ୟକାରୀ ସଭାପତି ଲାକ୍ଷେ ଘର ଗଣ୍ଡା ସମାଜ, ଧିମାନ କୃଷ୍ଣଚନ୍ଦ୍ର ବାଗ, ସମାଜସେବୀ ବାବୁପାଲି ଧିମତୀ ମମତା ହରିପାଲ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଧିମାନ ଦିଲ୍ଲୀପ ସୁନା ମଞ୍ଚ ପରିଚାଳନା କରିଥିବା ବେଳେ ସଂଯୋଜକ ଧିମାନ ସଂକିର୍ତ୍ତନ ସୁନା ସ୍ଵାଗତ ଭାଷଣ ଦେଇଥିଲେ। ଏବଂ ଧିମାନ ସୁରେନ୍ଦ୍ର କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ବିଶ୍ଵ ରତ୍ନ ସମ୍ଵିଧାନ ପ୍ରଣେତା, ଆଇନ ମୁକ୍ତିଦାତା, ସମଗ୍ର ନାରୀ ସମାଜର ମୁକ୍ତିଦାତା, ମଣିଷ ସମାଜର ତ୍ରାଣ କର୍ତ୍ତା ଡ. ଭୀମରାଓ ଆମ୍ଵେଦକରଙ୍କ ଲିଖିତ ବିଶ୍ଵର ମହାନ ପୁସ୍ତକ ସମ୍ଵିଧାନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମଞ୍ଚାସିନ ଥିବା ବକ୍ତାମାନେ ନିଜ ନିଜ ମତ ପ୍ରକାଶ କରିଥିଲେ। ଏବଂ

ସମ୍ଵିଧାନର ମୌଳିକ ନିୟମ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ସଭାରେ ଆଲୋକପାତ କରିଥିଲେ। ବିଭିନ୍ନ ଜିଲ୍ଲାର ଭୀମସେର୍ନି ମାନେ ସଭାରେ ଯୋଗଦାନ କରିଥିଲେ। ଭୀମସେର୍ନି ସଂସ୍ଥାପକ ଧିମାନ ଅଚ୍ୟୁତ କୁମ୍ଭାର ଧିମତୀ ମମତା ହରିପାଲଙ୍କୁ ବିନିକା ବ୍ଲକର ମହିଳା ସଭାନେତ୍ରୀ ଭାବରେ ଘୋଷଣା କରିଥିଲେ। ପରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ନଭେମ୍ବର ମାସ ୨୬ ତାରିଖ ରବିବାର ଦିନ ଲୋକସଭା ସ୍ତରୀୟ ତଥା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ ଆନୁକୂଲ୍ୟରେ ସୋନପୁର ରୋୟଲ ପଡିଆ ଠାରେ ବହୁଜନ ସମାଜ ପାର୍ଟି ତରଫରୁ ସମ୍ଵିଧାନ ସଚେତନତା ଦିବସ ପାଳିତ ହେବ ବୋଲି ଘୋଷଣା କରାଯାଇଛି। ରାକେଶ ସୁନା, ରାଜ୍ୟପାଳ ଛୁରିଆ, ଶଙ୍କର ଜାଲ, ରାଜିନ୍ ବାଗ, ବବିତା ସୁନା, ଅନିତା ଜାଲ, ପଦ୍ମା ବାଗ, ସୁବାସିନି ହରିପାଲ ସମେତ ଖଇରମାଲ ଗ୍ରାମବାସୀ ସହଯୋଗ କରିଥିଲେ।

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)




