Politics

କେନ୍ଦ୍ରାପଡ଼ାରେ ଚାଲିଛି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ର ମେଳା ଉଦ୍‌ଯାପିତ

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ଠାରେ ନଭେମ୍ବର ୧୬ ଓ ୧୭ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ପକ୍ଷରୁ ମେଳା ଉଦ୍‌ଯାପିତ ହୋଇଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ

ଆନୁକୂଲ୍ୟରେ ଆୟୋଜିତ ଉତ୍ସବର ଉଦ୍‌ଯାପନୀ ଦିବସରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର ଅଧ୍ୟକ୍ଷତା କରିଥିଲେ।ଉଦ୍‌ଯାପନୀ ଉତ୍ସବରେ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ,ମାନ୍ୟବର ମନ୍ତ୍ରୀ, ଶକ୍ତି,ଶିଳ୍ପ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ସେଠୀ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ।ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ସାହୁ କାର୍ଯ୍ୟକ୍ରମରେ ସହ

ଆବାହକଭାବେ ମଂଚାସୀନ ଥିଲେ।କୃଷି ଓ କୃଷକର ଉନ୍ନତି କରିବା ସହ କୃଷକର ଆୟକୁ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ପ୍ରାଣିସମ୍ପଦର ଅଭିବୃଦ୍ଧି ହେଲେ ଓଡ଼ିଶାର ସମୃଦ୍ଧି ହେବା ସହ କୃଷକର ଆର୍ଥିକ ମାନଦଣ୍ଡ ସମୃଦ୍ଧ ହେବ ବୋଲି ନିମନ୍ତ୍ରିତ ଅତିଥିମାନେ କହିଥିଲେ।ପରେପରେ ରୟାଲ୍ ଡ୍ୟାନ୍ସ ଏକାଡେମୀର କୁନିକୁନି କଳାକାରମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।ଏହି ଉପଲକ୍ଷେ ସକାଳ ୧୧ ଘଟିକା ସମୟରେ ଚାଷୀ ଓ ବୈଜ୍ଞାନିକ ମାନଙ୍କ ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ବୈଜ୍ଞାନିକମାନେ ସେମାନଙ୍କର ସମସ୍ୟା ସମାଧାନର ପନ୍ଥା ବତାଇଥିଲେ।ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ବ୍ଲକ୍‌ରୁ ଆସିଥିବା କୃଷକ,ମହିଳା କୃଷି ଉଦ୍ୟୋଗୀ,ପଶୁପାଳକ,

ଜନସାଧାରଣ,ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ଏହି ଅବସରରେ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ଭିଡିଓ ସ୍କିନ ରେ ଚଲାଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତାର ବାର୍ତା ପରିବେଷଣ କରାଯାଇଥିଲା ।

 

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button