ପିନାକିଲ କୋଚିଂ ସେଣ୍ଟର ପରିସରରେ “କାର୍ତ୍ତିକ ମାସ ବଡ ହବିଷ ” ଆଲୋଚନାଚକ୍ର


ତିର୍ତ୍ତୋଲ –::କୋଚିଂ ସେଣ୍ଟର ର ଶିକ୍ଷାର୍ଥୀ ମାନଙ୍କୁ ସଂସ୍କୃତି ଓ ସଂସ୍କାର ବିଷୟରେ ସଚେତନତା କରାଇବା ପାଇଁ କାର୍ତ୍ତିକ ମାସର ମାହାତ୍ମ୍ୟ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି !ଓଡ଼ିଶାର ବାରମାସ ତେର ପର୍ବ ମଧ୍ୟରେ କାର୍ତ୍ତିକ ମାସ କୁ ଶ୍ରେଷ୍ଠ ମାସ ଓ ପବିତ୍ର ମାସ ବୋଲି ମାନନ୍ତି ! ଏହି ମାସରେ କେହିକେହି ଉପବାସ ବ୍ରତ କରନ୍ତି ତ କେହିକେହି ମାସସାରା ନିରାମିଂସ ଖାଦ୍ୟ ଖାଇ ପ୍ରତି ସୋମବାର ଦିନ ଅରୁଆ ହବିଷ ଖାଇ ବ୍ରତ ପାଳନ କରିଥାନ୍ତି ! ଏହି ଓଷା ବା ବ୍ରତ ପୂର୍ଣ୍ଣମୀର ଠିକ ପାଞ୍ଚଦିନ ପୂର୍ବରୁ ପଞ୍ଚୁକ ଦିବସ ପାଳନ କରି ପୂର୍ଣ୍ଣମୀରେ ନିର୍ଜଳା ଉପବାସରେ ଦିନ କାଟନ୍ତି ! ମହାଦେବଙ୍କୁ ପୂଜାର୍ଚନା କଲାପରେ ରାତ୍ରି ସମୟରେ ବ୍ରତ ବା ଓଷା ପୂର୍ଣ୍ଣାଙ୍ଗ ହୁଏ ! ଏହି ଓଷାକୁ ବଡଓଷା ବୋଲି କୁହାଯାଏ ! ଏହି କାର୍ତ୍ତିକ ମାସ କାହିଁକି ପବିତ୍ର ବା ଧର୍ମମାସ ଏହାର ସାରଗର୍ଭକ ତତ୍ତ୍ୱର ଉପସ୍ଥାପନା ପାଇଁ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କଲେଜରୋଡ଼ ସ୍ଥିତ ପିନାକୀଲ କୋଚିଂ ସେଣ୍ଟର ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ତରଫରୁ “କାର୍ତ୍ତିକ ମାସ ବଡ ହବିଷ ” ନାମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ! ଏଥିରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ପ୍ରାଧ୍ୟାପକ ରବିପ୍ରସନ୍ନ ସାହୁ!
ଆଲୋଚନାଚକ୍ରର ଶୁଭ ଉଦଘାଟକ ଓ ମୁଖ୍ୟବକ୍ତା ଥିଲେ ସ୍ୱାମୀ ଡକ୍ଟର ଶ୍ରୁତିସାଗର ମହାରାଜଜୀ ! ବରେଣ୍ୟ ଅତିଥିଭାବେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ପଣ୍ଡିତ ଶରତ କୁମାର ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଥିଲେ ବରିଷ୍ଟ ସାମ୍ବାଦିକ ଶ୍ରୀକାନ୍ତ କୁମାର ଦାଶ ଏବଂ ପିନାକୀଲ କୋଚିଂ ସେଣ୍ଟର ର ଅଧ୍ୟକ୍ଷ କାଳିଆ ଜେନା ! ମଞ୍ଚପରିଚାଳନା କରିଥିଲେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ! ଏହି କାର୍ଯ୍ୟକ୍ରମ ରେ ନେହାଲିକା ସାହୁ, ଲୋପାମୁଦ୍ରା ବିଶ୍ୱାଳ ଓ କାଜଲ ବାରିକ ଭକ୍ତି ସଂଗୀତ ଗାନ କରି ଥିବା ବେଳେ ଅନୁଷ୍ଠାନ ତରଫରୁ ଆମନ୍ତ୍ରିତ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା ! ଏପରି ସଂସ୍କାର ମୂଳକ ଆଲୋଚନାଚକ୍ରକୁ ଅନେକ ବୁଦ୍ଧିଜୀବୀ ପ୍ରଶଂସା କରିଥିବାର ଶୁଣିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



