Orisha

କୋଶଲ ରାଏଜ ମୁକ୍ତିମୋର୍ଚା ଦ୍ୱାରା ଭବାନୀପାଟଣା ସହରରେ ବନ୍ଦପାଳନ କରାଯାଇଛି l

ଭବାନୀପାଟଣା : କୋଶଲ ରାଏଜ ମୁକ୍ତିମୋର୍ଚା ଦ୍ୱାରା ଭବାନୀପାଟଣା ସହରରେ ବନ୍ଦପାଳନ କରାଯାଇଛି l ମୋର୍ଚ୍ଚାର ରାଜ୍ୟ ସଭାପତି ସାଗର ଚରଣ ଦାଶ ଙ୍କ ନେତୃତ୍ୱରେ ସହରର ସହ ସହ ଯୁବ ଛାତ୍ର ବାହାରି ଭବାନୀପାଟଣା ର ସମସ୍ତ କାର୍ଯ୍ୟାଳୟ, ଦୋକାନ ବଜାର କୁ ପିକେଟିଙ୍ଗ କରି ବନ୍ଦ କରିଥିଲେ l ଯାନ ବାହାନା ଚଳାଚଳ ସମ୍ପୂର୍ଣ ବନ୍ଦ ଥିଲା l ସହରର କଲେଜ ଛକ, ଘୋଡ଼ାଘାଟ ଛକ, ନକ୍ଟିଗୁଡା, ତାରିଣୀ ମନ୍ଦିର ଓ ଥୁଆମୂଳ ରାମପୁର ରାସ୍ତାକୁ ଅବରୋଧ କରି କୋଶଲ ମୁକ୍ତିମୋର୍ଚା ସଦସ୍ୟ ମାନେ ବିଭିନ୍ନ ନାରାବାଜି କରି କୌଣସି ଯାନବାହାନ କୁ ଛାଡ଼ିନଥିବା ଫଳରେ ଲୋକେ ନାନlପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ l କେବଳ ମେଡିକାଲ ଓ ଜରୁରୀକାଳୀନ ସେବା ରେ ଥିବା ବ୍ୟକ୍ତି ବିଶେଶ କୁ ଛାଡୁଥିବାର ଦେଖିବାକୁ ମିଳୁଥିଲା l କୋଶଲ

 

ମହାବନ୍ଦ କୁ ସମସ୍ତ ସହରବାସୀ ଏବଂ ବିଭିନ୍ନ ସଂଗଠନର ସମର୍ଥନ ଯୋଗୁଁ ବନ୍ଦ ସଫଳ ହୋଇଥିଲା ଳ ବନ୍ଦକୁ ସଫଳ କରିବାପାଇଁ କୋଶଲ ମୁକ୍ତିମୋର୍ଚା ର ମହମ୍ମଦ ସାହେବ, ସୁଶାନ୍ତ ପ୍ରଧାନୀ, ଶୁଭମ ଦୁର୍ଗା, ସଚିନ ନାଏକ, ଧୃତି ଦାଶ, ଦିଲୁ ନାଏକ, କାଳିଆ ସରାଫ,ସୁକାନ୍ତି ସରାଫ, ମନ୍ଦାକିନୀ ବl ଣୁଆ, ସ୍ୱାଗତ ପଟନାୟକ, ରୋହିତ ସ୍ୱାଇଁ, ସତ୍ୟମ ଦୋରା, ନମନ ଶୁକଲା, ଶୁଭମ ମହାନନ୍ଦ, ଜିପୁନ ଭାରତି, ଇମ୍ରାନ ଖାନ, ସରୋଜ ବାଗ ସହଯୋଗ କରିଥିଲେ l ମହମ୍ମଦ ସାହେବ କୋଶଲ ମୁକ୍ତିମୋର୍ଚା, କଳାହାଣ୍ଡି l କଳାହାଣ୍ଡି ରୁ ପ୍ରମୋଦ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button