ବୌଦ୍ଧ ବ୍ଲକ ଅଞ୍ଚଳରେ କୋଶଲ ମହାବନ୍ଦର ମହାପ୍ରଭାବ।


ବୌଦ୍ଧ-୧୮-୧୧- (ସମର୍ଥ ନ୍ୟୁଜ) ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ଦିଆଯାଇଥିବା ୧୨ ଘଣ୍ଟିଆ କୋଶଲ ମହାବନ୍ଦର ମହାପ୍ରଭାବ ବୌଦ୍ଧ ଜିଲ୍ଲା ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ବାଉଁଶୁଣି, ଅଁଳାପାଲି, ବହିରା, ସିଙ୍ଗାରି, ସାହାଜପାଲ୍, ଯମଟାଙ୍ଗି, ଦହ୍ୟା, ଗୋଛାପଡା, ଗୁନ୍ଦୁଳିଆ, ଶଗଡା ଆଦି ସ୍ଥାନମାନଙ୍କରେ ବନ୍ଦର ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା। ବାଉଁଶୁଣି ମାଉଲିମୁଣ୍ଡା ଛକରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥକୁ ଆନ୍ଦୋଳନକାରୀ ମାନେ ଅବରୋଧ କରି ରଖିଥିବାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଗାଡି ମୋଟର

ସେଠାରେ ଅଟକି ରହିଥିଲା। ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ଦୈନିକ ବଜାର ସହ ପେଟ୍ରୋଲ ପମ୍ପ, ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ ଡାକଘର ଭଳି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପୁରାପୁରି ବନ୍ଦ ରହିଥିଲା। ହିମାଂଶୁ ଜାଲ, ପ୍ରମୋଦ ମେହେର, କୌଶିକ ଜାଲ, ବିକାଶ ମେହେର, ନୀଳକଣ୍ଠ ଲୁହା,ଶୁଭମ ମେହେର, ଭକ୍ତବନ୍ଧୁ କର୍ଣ୍ଣ,ମନୋଜ ପ୍ରଧାନ, ଦିଲ୍ଲୀପ ଘିବେଲା, ଅଶୋକ ପ୍ରଧାନ, ହରିହର ଗରିଆ, ସମୀର ଉର୍ମା, କମଲ୍ ବେହେରା, ଅମ୍ବରିଶ ମହାକୁଳ, କୈଳାସ ନାଏକ, ଦେବରାଜ ମେହେର, ସମୀର ବେହେରା, ରାଜେନ୍ଦ୍ର ବେହେରା, ରାଜୀବ ପଣ୍ଡା, ମହେନ୍ଦ୍ର ମହାକୁଳ ପ୍ରମୁଖ କୋଶଲ ସଂଗ୍ରାମୀ ମାନେ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



