Orisha

ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଦାବିରେ ୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ

ଉଲୁଣ୍ଡା ୧୮/୧୧ ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଦାବିରେ କୋଶଲ୍ ରାଏଜ କ୍ରିୟାନୁଷ୍ଠାନ କମିଟି ନିର୍ଦ୍ଦେଶ କ୍ରମେ ଆଜି ସାରା ପଶ୍ଚିମ ଓଡିଶାରେ ମହାବନ୍ଦ କରାଯାଇଛି। ସେହିଭଳି ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେ ମଧ୍ୟ ମହାବନ୍ଦ କରାଯାଇଛି।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ

ମହାବନ୍ଦ ହୋଇଛି। ଏଥିରେ ସରକାରୀ ବେସରକାରୀ ଅଫିସ୍, ସ୍କୁଲ, କଲେଜ, ଦୋକାନ, ବଜାର, ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କୋଟସମଲାଇ ରେ ମଧ୍ୟ କୋଶଲ କର୍ମୀ ଙ୍କ ଦ୍ଵାରା ଆଜି ବ୍ୟାଙ୍କ, ପଞ୍ଚାୟତ, ସ୍କୁଲ,ରାସ୍ତା ଆଦି ବନ୍ଦ ପାଳନ କରାଯାଇଥିଲା।ବ୍ଳକର ବିଭିନ୍ନ ଗାଁ ଗାଁ ରେ ପଞ୍ଚାୟତ ରେ ମଧ୍ୟ ବନ୍ଦ

କରାଯାଇଯାଇଥିଲା ।ପଶ୍ଚିମ ଓଡିଶା କୁ ପ୍ରତିଟି କ୍ଷେତ୍ରରେ ଅବହେଳା ସହିତ, ସରକାର ଭାଷା,କଳା, ସଂସ୍କୃତି,ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତ, ଆଦିବାସୀ,ଦଳିତ ଙ୍କ ଅଧିକାର ପ୍ରତି ଅଣଦେଖା କରୁଥିବାରୁ ପଶ୍ଚିମ ଓଡ଼ିଶା କୁ ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଗଠନ ପାଇଁ ଆଜି ମହାବନ୍ଦ କରାଯାଇଛି। ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଦାବିରେ ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଏଥିରେ ଲୋକଙ୍କ ପୂର୍ଣ୍ଣ ସହଯୋଗ ରହିଛି।ଏହି ଅବସରରେ ଶହଶହ କୋଶଲ କର୍ମୀ ସାମିଲ ଥିଲେ। ଆଗାମୀ ଦିନରେ ଆହୁରି ଭୟାବହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଦାବିରେ ୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ

ଉଲୁଣ୍ଡା ୧୮/୧୧ ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଦାବିରେ କୋଶଲ୍ ରାଏଜ କ୍ରିୟାନୁଷ୍ଠାନ କମିଟି ନିର୍ଦ୍ଦେଶ କ୍ରମେ ଆଜି ସାରା ପଶ୍ଚିମ ଓଡିଶାରେ ମହାବନ୍ଦ କରାଯାଇଛି। ସେହିଭଳି ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେ ମଧ୍ୟ ମହାବନ୍ଦ କରାଯାଇଛି।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ମହାବନ୍ଦ ହୋଇଛି। ଏଥିରେ ସରକାରୀ ବେସରକାରୀ ଅଫିସ୍, ସ୍କୁଲ, କଲେଜ, ଦୋକାନ, ବଜାର, ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କୋଟସମଲାଇ ରେ ମଧ୍ୟ କୋଶଲ କର୍ମୀ ଙ୍କ ଦ୍ଵାରା ଆଜି ବ୍ୟାଙ୍କ, ପଞ୍ଚାୟତ, ସ୍କୁଲ,ରାସ୍ତା ଆଦି ବନ୍ଦ ପାଳନ କରାଯାଇଥିଲା।ବ୍ଳକର ବିଭିନ୍ନ ଗାଁ ଗାଁ ରେ ପଞ୍ଚାୟତ ରେ ମଧ୍ୟ ବନ୍ଦ କରାଯାଇଯାଇଥିଲା ।ପଶ୍ଚିମ ଓଡିଶା କୁ ପ୍ରତିଟି କ୍ଷେତ୍ରରେ ଅବହେଳା ସହିତ, ସରକାର ଭାଷା,କଳା, ସଂସ୍କୃତି,ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତ, ଆଦିବାସୀ,ଦଳିତ ଙ୍କ ଅଧିକାର ପ୍ରତି ଅଣଦେଖା କରୁଥିବାରୁ ପଶ୍ଚିମ ଓଡ଼ିଶା କୁ ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଗଠନ ପାଇଁ ଆଜି ମହାବନ୍ଦ କରାଯାଇଛି। ସ୍ୱତନ୍ତ୍ର କୋଶଲ୍ ରାଜ୍ୟ ଦାବିରେ ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଏଥିରେ ଲୋକଙ୍କ ପୂର୍ଣ୍ଣ ସହଯୋଗ ରହିଛି।ଏହି ଅବସରରେ ଶହଶହ କୋଶଲ କର୍ମୀ ସାମିଲ ଥିଲେ। ଆଗାମୀ ଦିନରେ ଆହୁରି ଭୟାବହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଉଲୁଣ୍ଡା ରୁ ରାଜେଶ ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button