Orisha

ହରିଶ୍ଚନ୍ଦ୍ର ବକ୍ଶୀପାତ୍ରଙ୍କ 90 ତମ ଜନ୍ମ ଜୟନ୍ତୀ ପାଳିତ.।

ଭୁବନେଶ୍ୱର,ବିକଶିତ ଓ ପ୍ରଗତିଶୀଳ ଭାରତ ଲାଗି ପ୍ରତିଟି ବର୍ଗଙ୍କ ଉନ୍ନତି ଓ ଶିକ୍ଷା ଏକାନ୍ତ ଆବଶ୍ୟକ. ଶିକ୍ଷା ହି ପ୍ରଗତିର ମୂଳମନ୍ତ୍ର ବୋଲି କହିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ. ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ 90 ତମ ଜନ୍ମ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ମାନବ ସେବା କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ବି ଅମରରହେ ଓ ନିଜସ୍ୱ ଚିନ୍ତା ଓ କର୍ମବୀର ସାଧନା ତଥା ସମାଜର ପ୍ରତି ବର୍ଗଙ୍କ ଉତ୍ଥାନ ପାଇଁ ପ୍ରତିବଦ୍ଧତା ଥିବା ହରିଶ୍ଚନ୍ଦ୍ରଙ୍କ କାମ ସବୁବେଳେ ମନେ ରହିବ ବୋଲି କହିଥିଲେ. ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି ଦ୍ୱାରା ଆୟୋଜିତ ଏହି ଜନ୍ମ ଜୟନ୍ତୀରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭାରତର ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ଶରଣ କହିଥିଲେ ଯେ ସମଗ୍ର ବିଶ୍ୱ ଏବେ ପ୍ରତିଟି କ୍ଷେତ୍ରରେ ଭାରତର ଆଭିମୁଖ୍ୟ ବିଷୟରେ ଜାଣିବାକୁ ଚାହୁଁଥିବାବେଳେ ରାଜ୍ୟର ପ୍ରତିଟି କ୍ଷେତ୍ରରେ ବିକାଶ ପାଇଁ ଦିନେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ମଧ୍ୟ ସ୍ବପ୍ନ ଦେଖି ସାକାର କରିବାକୁ ନିଷ୍ଠାର ସହ ଆଭିମୁଖ୍ୟ ପ୍ରତିପାଦିତ କରିଥିଲେ. ସ୍ମୃତି କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇ ସ୍ବର୍ଗତ ବକ୍ସିପାତ୍ରଙ୍କ କର୍ମମୟ ଜୀବନ ଉପରେ ସ୍ମୃତି ଚାରଣ କରିଥଲେ. ପୂର୍ବତନ ପ୍ରଶାସକ ସଂଜୀବ ହୋତା ଓ ସ୍ମୃତି କମିଟିର ସମ୍ପାଦିକା ତଥା ରାଜ୍ୟ ମିଶନ ଶକ୍ତିର ଉପଦେଷ୍ଟା ଲୋପା ମୁଦ୍ରା ବକ୍ସିପାତ୍ର ଯୋଗଦେଇ ସମାଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ତଥା ସମାଜସେବା ପାଇଁ ହରିଶ୍ଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button