Orisha
ବିନିକା ବ୍ଲକ ବାଉଁଶୂଣୀ କେନାଲ ଛକରେ କୋଶଲ ରାଜ୍ୟ ପାଇଁ ରାସ୍ତା, ଦୋକାନ ବଜାର ବନ୍ଦ


ବିନିକା, ୧୮/୧୧ (ସମର୍ଥ ନ୍ୟୁଜ୍) ଅଲଗା କୋଶଲ ରାଜ୍ୟ ପାଇଁ ପଶ୍ଚିମ ଓଡ଼ିଶାରେ ସରକାରୀ, ବେସରକାରୀ, ରାସ୍ତା ଓ ଦୋକାନ ବଜାର ସବୁ ବନ୍ଦ ଡାକରାକୁ ସମର୍ଥ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କେନାଲ ଛକରେ ଆଜି ବନ୍ଦ ପାଳନକୁ ସମର୍ଥନ କରାଯାଇଛି। ଏଥିରେ ବାଉଁଶୂଣୀ ତଥା ସେଲେଡି, କଇଁନ୍ତରା, ମହଦା ସମେତ ଅନ୍ୟ ପଞ୍ଚାୟତରେ ଥିବା ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଛି। ଏହା ଶାନ୍ତିପୂର୍ଣ୍ଣ ସଫଳ ହୋଇଥିବା ଜଣାପଡିଛି। ଏହା ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିବା ଜଣାପଡିଛି। ଏଥିରେ କୋଶଲ ରାଜ୍ୟ ଓ ପଶ୍ଚିମ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି।
ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)



