ଆଦିବାସୀ ଅଧ୍ୟୁଷିତ ଏକୁଲି ସେକୁଲ କୋଟେ ପୁଟିପାଳ ଅଞ୍ଚଳରେ ପରିବାର ଓ ଜନସମ୍ପର୍କ ଯାତ୍ରା


-ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଠାରୁ ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ପରିବାର ଜନସମ୍ପର୍କ ଓ ସେବାକର୍ଯ୍ୟ ପରିପ୍ରେକ୍ଷୀରେ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ କାନ୍ତଲୋ ଗ୍ରାମ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଏକୁଲି ସେକୁଲ କୋଟେ ଅପହଞ୍ଚ ଦୁର୍ଗମ ଅଞ୍ଚଳ ପୁଟିପାଳ ଠାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଲୋକଙ୍କର ସୁଖ ଦୁଃଖ ବୁଝିବା ସହ ଅଞ୍ଚଳର ସମସ୍ୟା ଉପରେ ପଚାରି ବୁଝିଥିଲେ, ଗମନାଗମନ, ପାନୀୟ, ଶିକ୍ଷା, ସ୍ୱାସ୍ଥ୍ୟ, ଅନାହାର ଅପପୃଷ୍ଟି ଭଳି ସମସ୍ୟା ଥିବା ଲୋକମାନେ ଅବଗତ କରାଇଥିଲେ ଏବଂ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କ ଙ୍କୁ ନିବେଦନ ଅଞ୍ଚଳର ସମସ୍ତ ମୌଳିକ ସମସ୍ୟା ସମାଧାନ କରିବା ସହ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟ କେମିତି ଆହୁରି ଅଧିକ ରୁ ଅଧିକ ତ୍ୱରାନ୍ୱିତ ହୋଇ ଲୋକଙ୍କ ପାଖରେ ପହଁଚି ପାରିବ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି l ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



