Orisha

ଢେଙ୍କାନାଳରେ ଜାତୀୟ ପ୍ରେସ ଦିବସ ପାଳିତ

 -ଆଜି ଢେଙ୍କାନାଳ ଜିଲ୍ଲା ସଦର ମହକୁମା ରେ ଜାତୀୟ ପ୍ରେସ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ମୁନିସିପାଲିଟି ଅଡିଟୋରିୟମରେ ଜାତୀୟ ପ୍ରେସ ଦିବସ ତଥା “କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ “ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ l ଆଲୋଚନାର ଶୀର୍ଷକ ଉପରେ ଢେଙ୍କାନାଳର ସାମ୍ବାଦିକ ମାନେ ଆଲୋଚନା କରିଥିଲେ l
ଏହି ସଭାର ପରିଚାଳନା କାର୍ଯ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା କରିଥିଲେ ଓ ସଭା ଶେଷରେ ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ l
ଏହି ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସାମ୍ବାଦିକ ଓ ସାମ୍ବାଦିକାଗଣ ଯୋଗ ଦେଇଥିଲେ l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button