ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ସୁରକ୍ଷା ସମିତି ର ପ୍ରତିକ୍ରିୟା


ତିର୍ତ୍ତୋଲ :- ସମୟ ଥିଲା ସମ୍ବାଦ ପତ୍ରର ଚାହିଦା ଢେର ଉର୍ଦ୍ଧରେ ଥିଲା ! ପ୍ରତିଟି ମଣିଷର ସମ୍ବାଦ ପଢିବା ଏକ ନିଶାରେ ପରିଣତ ହୋଇଯାଇଥିଲା ! ଲେଖନୀ ଚାଳନରୁ ସୃଷ୍ଟି ହୋଇଥିଲା ସମ୍ବାଦ !କିନ୍ତୁ ବର୍ତ୍ତମାନ ସମୟରେ ସାମ୍ବାଦିକ ମାନଙ୍କର ସ୍ଥାନ ନିମ୍ନଗାମୀ ହେବାରେ ଲାଗିଛି ! ବିଭିନ୍ନ ସମୟରେ ଭିଭିନ୍ନ ସ୍ଥାନରେ ସାମ୍ବାଦିକ ଓ ସାମ୍ବାଦିକା ହେଉଛନ୍ତି ଅପମାନିତ, ଲାଂଛିତ, ନିର୍ଯାତିତ ଅବା ପ୍ରହାରିତ ! କିନ୍ତୁ ଆମେ ଗର୍ବ ଆଉ ଗୌରବ ସହିତ ପାଳନ କରୁଛୁ ଜାତୀୟ ପ୍ରେସ ଦିବସ ! ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଆଜି ନିଜର ପରିଚୟ କୁ କଳଙ୍କିତ କରି ଚାଲିଛି ! ଗଣମାଧ୍ୟମକୁ ବିଭାଗୀକରଣ କରି କେତେକ ହୀନ ମାନସିକତା ଥିବା ସାମ୍ବାଦିକ ନିଜ ନିଜ ଭିତରେ ବିଭେଦ ସୃଷ୍ଟି କରି ଚାଲିଛନ୍ତି ! କେହି ନିଜକୁ ଟିଭି ସାମ୍ବାଦିକ କହି ବଡ ଭାବୁଛି ତ କିଏ ବୈଦ୍ୟୁତିକ ମିଡ଼ିଆ, ଆଉ ପ୍ରିଣ୍ଟ ମିଡ଼ିଆ କହି ଭାଉ ଖାଉଛନ୍ତି ! ଅଣଦେଖା କରୁଛନ୍ତି ପୋର୍ଟାଲ ଆଉ ୱେବ ମିଡ଼ିଆକୁ !ଅପ୍ରିୟ ସତ କଥା ହେଉଛି ୟୁଟୁବ ରେ ବାରମ୍ବାର ପ୍ରଦର୍ଶିତ ନ୍ୟୁଜ କାହା କାହା ଦିମାଗ କୁ ଚୋବେଇ ଖାଉଛି ବୋଲି ଜଣାପଡୁଛି !ବୃତ୍ତିଗତ ଭାବେ ସାମ୍ବାଦିକତାକୁ ଆପଣେଇ ପାରିଲେ ସର୍ବେ ନିଜକୁ କେବଳ ସାମ୍ବାଦିକ ବୋଲି ଭାବିପାରିବ ! ବଡସାନର ବିଚାର ମନରୁ ହଟିଯାଇ ଭାଇଚାରା ସୃଷ୍ଟି ହେବ ! ଏକତା ଅଖଣ୍ଡ ରହିବ! ଉଦାହରଣରେ କୁହାଯାଇ ପାରେ ଯେ ଡିଉଟି ଉପରେ ଥିବା ପୋଲିସ ଉପରକୁ ହାତ ଉଠିଲେ ଯେବେ ଆଇନର ଦଫା ଲାଗୁଛି ତେବେ ଡିଉଟି ଉପରେ ସାମ୍ବାଦିକ ଙ୍କ କ୍ଷେତ୍ରରେ ସେପରି ଆଇନର ଦଫା ଲାଗୁନି କାହିଁକି ? ପୋଲିସର ବ୍ୟବହାର ସାମ୍ବାଦିକ ସାମ୍ବାଦିକା ମାନଙ୍କ ପ୍ରତି ଆକ୍ରୋଶ ମୂଳକ ହେଉଛି କାହିଁକି ?? ତାହାହେଲେ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ହେଲା କିପରି ??? ଏସବୁ ପ୍ରେସ ଡେ ପାଳନ ଅବସରରେ ସାମ୍ବାଦିକ ସୁରକ୍ଷା ସମିତି ବୈଠକର ମୁଖ୍ୟ ଆଲୋଚ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଆନନ୍ଦମଣ୍ଡପ ପରିସରରେ ଆୟୋଜିତ ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ ନିଜ ବିବୃତିରେ ଉପରୋକ୍ତ ପ୍ରତିକ୍ରିୟା ପ୍ରଦାନ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ଭାଗବତ ପ୍ରସାଦ, ସହ ସମ୍ପାଦକ ଦିପ୍ତିମୟୀ ବିଶ୍ୱରଂଜନ, କୋଷାଧ୍ୟକ୍ଷ୍ୟ କୈଳାସ ବେହେରା, ମିଡ଼ିଆ ସଂଯୋଜକ ସନାୱର ଅଲ୍ଲୀ, ସଭ୍ୟ ଅମୁଲ୍ୟ କୁମାର ଦାସ, କବିତା ଦାଶ ପ୍ରମୁଖ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ! ନିର୍ଭିକ ଓ ସତ୍ୟତା ବଜାୟ ରଖିଲେ ଜଣେ ସାମ୍ବାଦିକ ସବୁ ସ୍ଥାନରେ ସମ୍ମାନ ପାଇପାରିବ ବୋଲି ସମିତିର ସମ୍ପାଦକ ଶ୍ରୀଯୁକ୍ତ ପ୍ରସାଦ ମତ ପ୍ରକାଶ କରିଥିଲେ ! ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୈଳାସ ବେହେରା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



