Politics

କାରଖାନା ପ୍ରତିଷ୍ଠା କୁ ବିରୋଧ କରି ତହସିଲଦାର ଓ ରେଞ୍ଜର ଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ଗ୍ରାମ ବାସି, ଘଟଣା ସ୍ଥଳ ପରିଦର୍ଶନ କଲେ ତହସିଲଦାର ଓ ଫରେଷ୍ଟର

ବୈରୀ ଓ ଅମୀୟଝରି ମଧ୍ୟ ସ୍ଥଳୀ ପାହାଡ଼ ପଛ ପଟରେ ଇଡିକୋ ପକ୍ଷରୁ ଏକ ପ୍ରଦୂଷଣ କାରି କାରଖାନା ପ୍ରତିଷ୍ଠା କରିବା ପାଇଁ ଗତ ଦୁଇ ଦିନ ତଳେ ଖୁଣ୍ଟ ପୋତା ହେଉଥିଲା, ଏଥିରେଉଭୟ ଗ୍ରାମ ବାସି ବିରୋଧ କରି ଖୁଣ୍ଟ ଗୁଡିକୁ ଉପାଡି ଦେଇ ଥିଲେ, ଗତକାଲି ଦର୍ପଣ ତହସିଲଦାର ଓ ବୈରୀ ରେଞ୍ଜର ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ ଆଧାରରେ ଆଜି ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ବୈରୀ ଫରେଷ୍ଟର ମାଣିକମୁଣ୍ଡା ରାଜସ୍ବ ନିରୀକ୍ଷକ ଚିନ୍ମୟୀ ଦାଶ ପାରିଆ ସରପଞ୍ଚ ବେଣୁଧର ବିଶ୍ୱାଳ ବୈରୀ ସରପଞ୍ଚ ପ୍ରତିନିଧି ଗଙ୍ଗାଧର ଦାଶ ପ୍ରାକ୍ତନ ସମିତି ସଭ୍ୟ ଶ୍ରୀକାନ୍ତ ବେହେରା ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ, ଇଡ଼ିକୋ ଯୋଗ ସୂତ୍ର ଅଧିକାରୀ EN ପାଲ ମଧ୍ୟ ଉପସ୍ଥିତ ରହିଥିଲେ, ଅଧିକାରୀ ମାନେ ତଦନ୍ତ କରି ଜାଣିବାକୁ ପାଇଥିଲେ ଏଠାରେ ବହୁ ବନ୍ୟ ଜନ୍ତୁ ବସବାସ କରୁଛନ୍ତି ସବୁଜ ଜଙ୍ଗଲ ରୁ ଗ୍ରାମବାସୀ ଉପକୃତ ହେଉଛନ୍ତି, ବନ୍ୟ ଜନ୍ତୁ ଙ୍କ ପାଣି ପିଇବା ପଥ ଓ ଚାରାଭୁଇଁ ମଧ୍ୟ, ତେଣୁ ଏଠାରେ ପ୍ରଦୂଷଣ କାରି କାରଖାନା ପ୍ରତିଷ୍ଠା କରାଗଲେ ଗ୍ରାମବାସୀ ତୀବ୍ର ବିରୋଧ କରିବେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ, ଆଇନୀ ଜୀବି ଶିଶିର ବିଶ୍ୱାଳ କାର୍ତିକ ବିଶ୍ୱାଳ ସତ୍ୟବ୍ରତ ବିଶ୍ୱାଳ ବିଶ୍ୱଜିତ ବିଶ୍ୱାଳ ଚିନ୍ମୟ ବିଶ୍ୱାଳ ସରୋଜ ନାୟକ ଖଗେଶ୍ୱର ନାୟକ ଦୀପ୍ତି ରଞ୍ଜନ ନାୟକ ଜିତେନ୍ଦ୍ର ନାୟକ କ୍ଷିତୀଶ ନାୟକ ଈଶ୍ୱର ନାୟକ ଦୈତାରୀ ବେହେରା ଙ୍କ ସମେତ ଶତାଧିକ ଗ୍ରାମ ବାସି ଉକ୍ତ ସମୟରେ ଉପସ୍ଥିତ ରହି ଥିଲେ । ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ।

Related Articles

Back to top button