କଲରାକୋଠାର ମହିଷାସୁର ଦରବାରର ପଞ୍ଚମ ସନ୍ଧ୍ୟାରେ ମନମୋହିଲା ଡାଲଖାଇ ନୃତ୍ୟ


କଣ୍ଟାମାଳ, ତା ୧୭/୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ୩୫ତମ ସାର୍ବଜନୀନ ମା’ ଶ୍ୟାମା କାଳୀପୂଜା ଅବସରରେ ଆୟୋଜିତ ମହିଷାସୁର ଦରବlରର ପଞ୍ଚମ ସଂଧ୍ୟାର ରଙ୍ଗସଭାରେ ରାଜ ମୁଖ୍ୟ ଅତିଥିଭାବେ

ପୂର୍ବତନ କଣ୍ଟାମାଳ ବିଧାୟକ ହଗବାନ କହଁର ସମ୍ମାନୀତ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ନାରାୟଣ ପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ,ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ ପ୍ରମୁଖ ଯୋଗଦେଇ ଶ୍ୟାମା କାଳୀପୂଜା ଅବସରରେ ମହିଷାସୁର ଦରବାର ଓ ଆମୋଦ ପ୍ରମୋଦ ପାଇଁ ମୀନlବଜାରର

ଆୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଧରଣୀସେନ ସାହୁ ଅତିଥି ପରିଚୟ ଏବଂ ରଙ୍ଗସଭା ପରିଚାଳନା କରିଥିଲେ l ପ୍ରକାଶ ,ପ୍ରଚାର ଓ ନିଷ୍ଠାପର କାର୍ଯ୍ୟ ପାଇଁ ସାମ୍ବାଦିକତା କ୍ଷେତ୍ରରେ ଚଳିତ ବର୍ଷ ମନମୁଣ୍ଡାର ସମାଜ ପ୍ରତିନିଧି ବୈଦ୍ୟନାଥ ହୋତା ଓ ଅର୍ଗସର ବୌଦ୍ଧ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ସିଂହଙ୍କୁ ପୂଜା କମିଟୀ ତରଫରୁ ବୈତ୍ୟରାଜ ମହିଷାସୁରଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ମହିଷାସୁରଙ୍କ ରାଜଦରବାରରେ ରଙ୍ଗାରଙ୍ଗ ମଞ୍ଚରେ ନୃତ୍ୟଗୀତର ଆସରକୁ ହଜାର ହଜାର ଦର୍ଶକଙ୍କୁ

ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। କଳାକାର ମନୋରଞ୍ଜନ ଚିରଗୁଣିଙ୍କ ମହିଷାସୁର ଅଭିନୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ l କାର୍ଯ୍ୟକ୍ରମକୁ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଣା , କୋଷାଧ୍ୟକ୍ଷ ତରଣୀସେନ ସାହୁ, ଉପସଭାପତି ପ୍ରଣବ କିଶୋର ସାହୁ, ସହ ସଂପାଦକ ଧର୍ମେନ୍ଦ୍ର ରଣା ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




