ଦାବିପତ୍ର ଗ୍ରହଣ ପାଇଁ ବିଡିଓ ନ ଆସିବାରୁ ଉତ୍ୟକ୍ତ ବିଜେପି କର୍ମୀଙ୍କ ୩ଘଣ୍ଟା ରାଜପଥ ଅବରୋଧ:ଯlନବlହାନ ଚଳାଚଳ ଠପ
ବିଜେପି କର୍ମୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ


କଣ୍ଟାମାଳ, ତା ୧୭/୧୧ (ପ୍ରଭାତ କୁମାର ସାହୁ ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟର ଘଟଣା।ଶୁକ୍ରବାର ଅପରାହ୍ନ ୩ଘଣ୍ଟା ସମୟରେ ବିଜେପି ପକ୍ଷରୁ ମନମୁଣ୍ଡା -ବାଲିଗୁଡା ରାସ୍ତାର କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୪୧ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ l ସୂଚନାନୁସାରେ ଆଜି ବିଜେପି ପକ୍ଷରୁ ଜନ ଆକ୍ରୋଶ

କାର୍ଯ୍ୟକ୍ରମରେ କଣ୍ଟମାଳ ବ୍ଲକ ଘେରାଉ, ରାଲି ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଥିଲା l ସକାଳ ୯ଘଣ୍ଟା ସମୟରେ ବିଜେପି କର୍ମୀ ଓ ନେତୃବୃନ୍ଦ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଜଣେ କନିଷ୍ଠ ଯନ୍ତ୍ରୀ

ଦାବି ପତ୍ର ଗ୍ରହଣ କରିବାକୁ ଆସିଥିଲେ l ତେବେ ବିଡ଼ିଓଙ୍କୁ ହିଁ ସେମାନେ ଦାବିପତ୍ର ଦେବେବୋଲି ବିଜେପି ନେତୃବୃନ୍ଦ ଅଡ଼ି ବସିଥିଲେ l ଏହାକୁ ନେଇ କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ତେବେ ବହୁ ପୂର୍ବରୁ ବିଡ଼ିଓଙ୍କୁ କାର୍ଯ୍ୟକ୍ରମ ସମର୍କରେ ସୂଚନା ଦିଆଯାଇଥିବା ବେଳେ ବିଡିଓ ଜାଣିଶୁଣି ଅନୁପସ୍ଥିତ ରହି ବିଜେପି ଦଳପ୍ରତି ଅଣଦେଖା କରିଥିବା ଅଭିଯୋଗ କରି ଶତାଧିକ କର୍ମୀ ଓ ନେତା ପ୍ରଥମେ ବ୍ଲକ ଅଫିସ ପରେ ବ୍ଲକ ସମ୍ମୁଖ ୪୧ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ l ଫଳରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା l କଣ୍ଟମାଳ ଥାନାଧିକାରୀ ଗୋପୀନାଥ ପ୍ରଧାନ ଓ କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ l ଆନ୍ଦୋଳନକାରୀ ଜିଦରେ ଅଟଳ ରହିବାରୁ ଜିଲ୍ଲାପାଳ ବୌଦ୍ଧ ଏଥିରେ ହସ୍ତକ୍ଷେପ କରିଥିଲେ l ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ

ମୋହନ ପାତ୍ର ସନ୍ଧ୍ୟା ୬ ଟାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଠାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଗାର ଦଫା ଦାବି ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ l ଏଥିସହ ୨୭ଜଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ପ୍ରଦାନ ସହ

ବିଡିଓଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାତ୍ର ଜିଲ୍ଲାପାଳଙ୍କୁ ଜଣାଇବା ନେଇ ପ୍ରକାଶ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




